ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚକ୍ରାପାଢୀ ଗ୍ରାମର ଫଟୋଚିତ୍ରଶିଳ୍ପୀ ନମିତା ବେହେରାଙ୍କୁ ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସମ୍ମାନିତ କରାଯାଇଛି । ଶୁଶ୍ରୀ ନମିତା ଅନଲାଇନ୍ରେ ଆବେଦନ କରିଥିବା ବେଳେ ତାଙ୍କୁ ଏକ ସ୍ୱତନ୍ତ୍ର ଡାକ ଯୋଗେ ମେଡାଲ୍, ସମ୍ମାନପତ୍ର ଓ ସଂବେଗ ଫଳକ ପଠାଯାଇଛି । ଆଜି ସନ୍ଧ୍ୟାରେ ଆଗରପଡା ଥାନାଧିକାରୀ ରାଜେଶ ସେଠୀ ଡାକ ଯୋଗେ ଆସିଥିବା ସମ୍ମାନ ସାମଗ୍ରୀକୁ ଖୋଲି ନମିତାଙ୍କୁ ପ୍ରଦାନ କରି ତାଙ୍କର ସୁଦୀର୍ଘ ଉତୋରତର କାମନା କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସିଂହ, ଜିତେନ୍ଦ୍ର ଶତପଥି, ସୁଶାନ୍ତ ଦାସ, ସମାଜସେବୀ ଗଦାଧର ବେହେରା, ହରିହର ନାୟକ ଓ ବିଟିପୁର ସମିତିସଭ୍ୟ ପ୍ରତିନିଧି ବସନ୍ତ ପତିଙ୍କ ସମେତ ନିମିତାଙ୍କ ପିତା ରବିନାରାୟଣ ବେହେରା ଉପସ୍ଥିତ ଥିଲେ । ପ୍ରକାଶଥାଉକି ଶୁଶ୍ରୀ ନମିତା ଭଦ୍ରକ ଚାରୁ ଓ କାରୁକଳା ବିଦ୍ୟାଳୟରୁ ଶିକ୍ଷା ସମାପ୍ତି ପରେ ଚିତ୍ର କଳାରେ ନିମଗ୍ନ ରହି ଇତି ମଧ୍ୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ହରିବାବୁ କମ୍ବମ୍ପଟ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା,ସଂସ୍କୃତି ମନ୍ତ୍ରୀ ସୂର୍ଯବଂଶୀ ସୂରଜ,ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଶିତାଶୁଂ ଶେଖର ମହାପାତ୍ର, ଜିଲାପାଳ ଦୀଲ୍ଲିପ ରାଉତରାୟ, ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ପ୍ରମୁଖଙ୍କୁ ସ୍ୱ ହସ୍ତରେ ଚିତ୍ର ପ୍ରଦାନ କରିଛନ୍ତି । ଏଥିପାଇଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ଇଣ୍ଡର ନ୍ୟାସନାଲ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ, ଜେନିୟସ ବୁକ୍ ଅଫ୍ ରେକର୍ଡ, ବିଦ୍ୟାରତ୍ନ ପୁରସ୍କାର, ୱାର୍ଲ୍ଡ ୱାଇଡ୍ ଡକ୍ଟରେଟ୍ ଆୱାର୍ଡ ଆଦି ମିଳି ସାରିଛି । ତାଙ୍କୁ ଏହି ସମ୍ମାନ ମିଳିବା ଯୋଗୁ ରାଜ୍ୟ ତଥା ଜିଲ୍ଲାର ଗୌରବ ବୃଦ୍ଧିରେ ସେ ସହାୟକ ହୋଇ ପାରିଛନ୍ତି