Odiapua.com

ଚିତ୍ରକୋଣ୍ଡା ସିଲେରୁ ନଦୀରେ ଡଙ୍ଗା ବୁଡି ୨୦ବର୍ଷର ଯୁବକ ନିଖୋଜ

ମାଲକାନଗିରି,୨୦ ।୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ ସିଲେରୁ ନଦୀ ଦୁର୍ଗାମନ୍ଦିର ଘାଟରେ ଏକ ଡଙ୍ଗା ବୁଡି ଜଣେ ୨୦ବର୍ଷର ଯୁବକ ନିଖୋଜ ଥିବାର ଜଣାପଡିଛି । ଚିତ୍ରକୋଣ୍ଡା ବ୍ୟାଙ୍କ କଲୋନୀରେ ରହୁଥିବା ଓକିଲ ଦୀଲିପ କୁମାର ମିଶ୍ରଙ୍କ ଏକ ମାତ୍ର ପୁତ୍ର ଦୀପ୍ତମନ ଦେବାଶିଶ ମିଶ୍ର(୨୦) ଶନିବାର ଅପରାହ୍ନରେ ଦୁର୍ଗାମନ୍ଦିର ଘାଟ ନିକଟରୁ ଏକ ଦେଶି ଡଙ୍ଗାରେ ସିଲେଇପୁଟ ନଦୀଘାଟକୁ ଯାଉଥିବା ବେଳେ ହଟାତ ବର୍ଷା ପବନ ହୋଇ ଡଙ୍ଗାଟି ପାଣିରେ ବୁଡି ଯାଇଥିଲା ।ନଦୀକୁଳରେ ଥିବା କିଚି ମାଛ ଧରାଳି ଏହା ଦେଖି ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଥାନା ଓ ତହସିଲଦାରଙ୍କୁ ଜଣାଇ ସେମାନେ ଉଦ୍ଧାରକରିବା ପାଇଁ ଚେଷ୍ଟାକରିଥିଲେ । ନଦୀଘାଟରେ ତହସିଲଦାର ଟି ପଦ୍ମନାଭ ଦୋରା,ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଁଚି ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।ରାତ୍ର ହୋଇଯାଇଥିବାରୁ ନିଖୋଜ ଯୁବକର କୌଣସି ଖୋଜ ଖବର ମିଳିନଥିଲା । ଆଜି ସକାଳୁ ପୁଣି ଥରେ ଦମକଳ ବାହିନୀ ,ପୁଲିସ, ଗ୍ରାମବାସୀ ମାନେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ସନ୍ଧ୍ୟା ପର୍ଯ୍ୟନ୍ତ ନିଖୋଜ ଯୁବକର କିଛି ପତା ମିଳିନଥିବାର ଜଣାପଡିଛି । ସୁଚନା ଯୋଗଯେ ଗତ ୨ମାସ ମଧ୍ୟରେ ଚିତ୍ରକୋଣ୍ଡା ଜଳଭଣ୍ଡାର ଓ ସିଲେରୁ ନଦୀରେ ଡଙ୍ଗାବୁଡି ପ୍ରାୟ୧୦ରୁ ଉର୍ଦ୍ଦ ଲୋକଙ୍କର ଜୀବନ ଯାଇସାରିଲାଣି ।