Odiapua.com

ଚିତ୍ରକୋଣ୍ଡା ଥାନା ପକ୍ଷରୁ ୩୫ଏକର ଜମିରୁ ୫୨ହଜାର୫୦୦ ଗଜେଂଇ ଗଛ କାଟି ପୋଡି ନଷ୍ଠ କରିଦିଆଗଲା

ମାଲକାନଗିରି,୧୭ା୧୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପୁଲିସ ପକ୍ଷରୁ ଚଢଉ କରାଯାଇ ଦୁଇଟି ସ୍ଥାନରେ ବେଆଇନ ଭାବେ ହୋଇଥିବା ୩୫ଏକର ଜମିରୁ ୫୨ହଜାର୫୦୦ ଗଜେଂଇ ଗଛଗୁଡିକୁ କାଟି ପୋଡି ନଷ୍ଟକରିଦିଆ ଯାଇଛି । ଆଜି ସକାଳେ ଚିତ୍ରକୋଣ୍ଡା ଥାନାପୁଲିସ ପକ୍ଷରୁ ଦାନ୍ତୁନଗୁଡା ପାଣ୍ଡିଆଗୁଡା ଗ୍ରାମଜଙ୍ଗଲରେ ଗଜେଂଇ ଚାଷ ଉପରେ ଚଢଉକରିଥିଲେ,ସେଠାରେ ଚାଷ କରାଯାଇଥିବା ୩୫ଏକର ଜମିରୁ ୫୨ହଜାର୫୦୦ ଗଜେଂଇ ଗଛକାଟି ପୋଡି ନଷ୍ଠକରିଦିଆ ଯାଇଥିବାର ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱବେଦୀ ସୁଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଜେଂଇ ଚାଷ ଚାଲିଥିବାର ଖବର ପାଇ ଜିଲ୍ଲାପାଳ ବୀଶାଲସିଂ, ଏସପି ପ୍ରହ୍ଲାଦ ସାହାଇ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କିଛିଦିନହେଲା ଅପରେସନ ସବୁଜ ଜହର ଆରମ୍ଭ ହୋଇ ବେଆଇନ ଗଜେଂଇ ଚାଷଉପରେ ଚଢଉ ଆରମ୍ଭ ହୋଇ ଯାଇଛି ।