Odiapua.com

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ସେତୁ ଯୋଜନାରେ ୨.୫ଲକ୍ଷ ମାଛ ଜାଆଁଳ ଛଡାଗଲା

ମାଲକାନଗିରି,୨୬ା୮(ଓଡିଆ ପୁଅ ) ସ୍ୱାଭିମାନ ଅଚଂଳର ୨ହଜାର ମତ୍ସଜୀବିଙ୍କ ପାଇଁ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜିଲ୍ଲାପ୍ରଶାସନ ପକ୍ଷରୁ ସେତୁ ଯୋଜନାରେ ୨ଲକ୍ଷ ୫୦ହଜାର ମାଛ ଜାଆଁଳ ଛାଡା ଯାଇଛି । ଚିତ୍ରକୋଣ୍ଡା ସ୍ପିଲେଓ୍ୟ ଲଂଚଘାଟ ଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବୀଶାଲ ସିଂ ଯୋଗଦେଇ ଜଳଭଣ୍ଡାରରେ ମତ୍ସ ଜାଆଁଳ ଛାଡିଥିଲେ । ଏହି ଅବସରରେ ୫୦ ମତ୍ସ ଜୀବୀ ପରିବାରଙ୍କୁ ଲାଇଫ ଜ୍ୟାକେଟ ଓ ମତ୍ସ ଧରା ଜାଲ ପ୍ରଦାନ କରିଥିଲେ । ଏହି ଅବସରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମତ୍ସଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର,ସହ ମତ୍ସ ଅଧିକାରୀ ସୁରେନ୍ଦ୍ର ଶେଖର ଆଚାରୀ,ସମବାୟ ନିରୀକ୍ଷକ ସଂଗ୍ରାମ କେଶରୀ ବିଶା୍ୱଳ,କୈଳାଶ ଚନ୍ଦ୍ର ପାତ୍ର , ସ୍ୱାଭିମାନ ଅଚଂଳର ମତ୍ସଜୀବୀ ସଂଘ, ସ୍ୱୟଂସହାକ ସଂଘ ର କର୍ମକର୍ତା ମାନେ ଉପସ୍ଥିତ ଥିଲେ । ଏହା ଦ୍ୱାରା ୬ଟି ମତ୍ସଜୀବୀ ସମବାୟ ସମିତିର ୨ହଜାର ମତ୍ସଜୀବୀ ପରିବାରଙ୍କ ଜୀବନ ଜୀବିକା ଉନ୍ନତି ଘଟିବ, ଜଳଭଣ୍ଡାର ରେ ମତ୍ସ ଚାଷ ବୃଦ୍ଦି ପାଇଁ ମତ୍ସଜୀବୀ ପରିବାରଙ୍କୁ ଉତ୍ସାହିତ ନିମନ୍ତେ ୨୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ର ସିଂ କହିଥିଲେ ।