Odiapua.com

ଚିତ୍ରକୋଣ୍ଡା ଆସନ ପାଇଁ କଂଗ୍ରେସ ଦଳରୁ ଲକ୍ଷ୍ମୀପ୍ରୀୟା ପ୍ରାର୍ଥୀପତ୍ର ଦାଖଲ କଲେ

ମାଲକାନଗିରି, ୨୦ା୩ (ଓଡିଆ ପୁଅ ) ଆଜି ମାଲକାନଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସ ଦଳରୁ ଲକ୍ଷ୍ମୀପ୍ରୀୟା ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଜିଲ୍ଲାକଂଗ୍ରେସ ଦଳ ସଭାପତି ଗୋବିନ୍ଦପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଭୈରବ ମନ୍ଦିର ଠାରୁ ଏକ ବିରାଟ ବାଇକ ସୋଭାଯାତ୍ରାରେ ସହରପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଚି ଥିଲେ। ଏହି ସୋଭା ଯାତ୍ରାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରି ସଭାପତି ରାମପଟନାୟକ, ମାଲକାନଗିରି ବିଧାନ ସଭା ଆସନର କଂଗ୍ରେସର ପ୍ରାର୍ଥୀ ମାଲାମାଢି, ଜି.ଶ୍ରୀନିବାସ ରାଓ, ମହିଳା କଂଗ୍ରେସ ନେତ୍ରୀ କମଳାବରାଳ କଂଗ୍ରେସ ନେତା ସରୋଜ ପାତ୍ର, ପେଣ୍ଡ୍ରାପଣ୍ଡା, ପ୍ରାନ ମଣ୍ଡଳ, ପର୍ଶୁରାମଭକ୍ତ, ଶତାଧିକ କଂଗ୍ରେସ କର୍ମି ଓ ନେତା ମାନେ ଉପସ୍ଥିତ ଥିଲେ। ସୋଭା ଯାତ୍ରାପରେ ଚିତ୍ରକୋଣ୍ଡା ଆସନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀନୀ ଲକ୍ଷ୍ମୀପ୍ରୀୟା ନାୟକ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଗତ ୧୮ତାରିଖ ରେ ମାଲକାନଗିରି ବିଧାନସଭା ଆସନପାଇଁ କଂଗ୍ରେସ ଦଳରୁ ମାଲା ମାଢି ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। କେବଳ କଂଗ୍ରେସ ଦଳରୁ ଦୁଇଟି ଯାକ ଆସନପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇ ସାରିଥିବାବେଳେ ବିଜେଡି ଓ ଭାଜପା ଦଳମଧ୍ୟରେ କିଏ ପ୍ରାର୍ଥୀ ହେବେ ସେନେଇ ନିସ୍ପତି ହୋଇନଥିବାରୁ ସେମାନଙ୍କ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ହୋଇ ପାରିନାହିଁ।