Odiapua.com

ଚିତ୍ରକୋଣ୍ଡା ଆସନର ଭାଜପା ପ୍ରର୍ଥୀ ପଦୁ ମାଝୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ପୂର୍ବତନ ବାଚସ୍ପତି ପ୍ରହ୍ଲାଦ ଦୋରା

ମାଲକାନଗିରି, ୨୪ା୩ (ଓଡିଆ ପୁଅ ) ୧୪୭ନମ୍ବର ଚିତ୍ରକୋଣ୍ଡା ବିଧାନସଭା ଆସନପାଇଁ ଭାଜପା ଦଳରୁ ପଦୁ ମାଝୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଗଲା ପରେ ଆଜି ତାଙ୍କ ବିରୋଧରେ ପୂର୍ବତନ ବାଚସ୍ପତି ତଥା ଭାଜପା ଦଳର ନେତା ପ୍ରହ୍ଲାଦ ଦୋରା ସାମ୍ବାଦିକ ସମ୍ମଳନୀରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଆସନ ପାଇଁ ଭାଜପା ଦଳରୁ ଶ୍ରୀ ଦୋରାଙ୍କ ସମତେ ଅନ୍ୟ ୫ ଜଣ ଆଶାୟୀ ପ୍ରର୍ଥୀ ଥିବାବେଳେ ବହୁ କଳ୍ପନା ଜଳ୍ପନା ପରେ ଶୁକ୍ରବାର ରାତ୍ରରେ ଶେଷରେ ଚିତ୍ରକୋଣ୍ଡା ଅଞ୍ଚଳର ଯୁବ ଭାଜପା କର୍ମୀ ପଦୁମାଝୀଙ୍କ ନାମ ବିଧାୟକ ପ୍ରାର୍ଥୀ ଭାବେ ରାଜ୍ୟ ଭଜପା ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରିଥିଲେ। ଭାଜପା ଦଳରେ ବହୁପୁରାତନ ନେତା କର୍ମୀ ଥିବାବେଳେ କିପରି ଜଣେ ଅଣଆଦିବାସୀଙ୍କୁ ଦଳ ଟିକେଟ ଦେଲା। ପଦୁ ମାଝୀ ଆଦିବାସୀ ସଂପ୍ରଦାୟର ନୁହଁନ୍ତି ସେ ଜଣେ ରଣା ସଂପ୍ରଦାୟର ଓବିସି କେଟେଗେରି ଜାତି, ତାଙ୍କ ଘର ଚିତ୍ରକୋଣ୍ଡା ଥାନାସ୍ଥ ରାଲେଗଡା ପଚାଂୟତ ମିସ୍ତ୍ରୀଗୁଡା ଗ୍ରାମରେ। ତାଙ୍କ ବାପା ଉଗ୍ରମାଝୀ ସେ ରଣା ସଂପ୍ରଦାୟର (ଓବିସି) ସେ ପରଜା ଆଦିବାସୀ ବୋଲି ନକଲି ଜାତିଗତ ପ୍ରମାଣ ପତ୍ର କରିଛନ୍ତି। ଶ୍ରୀ ମାଝୀଙ୍କ ଜାତି ପ୍ରମାଣପତ୍ର ଯାଞ୍ଚ କରି ଏହାକୁ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ପୂର୍ବତନ ବାଚସ୍ପତି ଶ୍ରୀ ଦୋରା ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେଇଛନ୍ତି। ଶ୍ରୀ ମାଝୀ ଜଣେ ଅପରାଧୀ ତାଙ୍କ ବ୍ୟକ୍ତି ଗତ ଓ ଚରିତ୍ରଗତ ପ୍ରମାଣ ପତ୍ରକୁ କୁ ଭଲଭାବରେ ତଦନ୍ତ କରା ନ ଯାଇ ଭାଜପା ଜାତୀୟ ଦଳ ତାଙ୍କୁ କିପରି ବିଧାୟକ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି। ଏହା ଅତ୍ୟନ୍ତ ଅନ୍ୟାୟ। ଦରକାର ପଡିଲେ ଏ ସଂପର୍କରେ ସେ ନିର୍ବାଚନ କମିଶନରଙ୍କୁ ଦରଖାସ୍ତ ଦେବେ ବୋଲି ଶ୍ରୀ ଦୋରା ଆଜି ସ୍ଥାନୀୟ ରକହିଲ ହୋଟେଲ ସଭାଗୃରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଦୋରାଙ୍କ ସହିତ ଅନ୍ୟାନ୍ୟ ଭାଜପା ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏ ସଂପର୍କରେ ଶ୍ରୀ ମାଝୀଙ୍କ ମତାମତନେବାକୁ ଆମେ ଫୋନ କରିଥିଲୁ ତାଙ୍କ ଫୋନ ନ ଲାଗିବାରୁ ତାଙ୍କର ମତାମତ ନିଆଯାଇପାରି ନାହିଁ। ରାତି ପାହିଲେ ନାମାଙ୍କନ ପତ୍ର ଦାଖଲ ହେବ ଏପରି ପରିସ୍ଥିତିରେ ଭାଜପା ଦଳର ବରିଷ୍ଟ ନେତା ତାଙ୍କ ଦଳର ପ୍ରାର୍ଥୀଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।