Odiapua.com

ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ

ପୁରୀ ୨-୨ (ଓଡ଼ିଆ ପୁଅ) ଆଜି ୦୨/୦୨ ରିଖ ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସର ରେ ଦୀର୍ଘ ୭ଦିନ ଧରି ଚାଲୁରହିଥିବା ଚିତ୍ରକଳା ପ୍ରଦର୍ଶନୀ ର ଶୀର୍ଷକ “ମୋ ପୁରୀ ଓ ମୋ ଶ୍ରୀକ୍ଷେତ୍ର ” ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ ମେହେର, ବିଶ୍ୱମୋହନ ରଥ, ଶିଶୁ ସମାଚାରର ସମ୍ପାଦକ ସୁକାନ୍ତ ପଣ୍ଡା, ସୁସାହିତ୍ୟିକ ଶିବସୁନ୍ଦର ମିଶ୍ର, ଶିଳ୍ପୀ ଚନ୍ଦ୍ରଶେଖର ମହାରଣା ଏବଂ କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଏଥିରେ ଶ୍ରୀକ୍ଷେତ୍ର ପୁରୀର ଅନେକ ତୀର୍ଥସ୍ଥାନ ଓ ସାମାଜିକ ଚଳଣୀକୁ ସ୍ଥାନିତ କରାଯାଇଥିଲା।ଏଥିରେ ୯୩ ଟି ଚିତ୍ର ସ୍ଥାନ ପାଇଥିବାବେଳେ ୮୩ ଜଣ ଚିତ୍ରଶିଳ୍ପୀ ଭାଗ ନେଇଥିଲେ। ଏହାକୁ ପରିଚାଳନା ସହ ଶ୍ରୀକ୍ଷେତ୍ରର ପରମ୍ପରା ଓ ସାମାଜିକ ଚଳଣୀ ଓ ରୀତିନୀତିକୁ ଚିତ୍ର ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାମାଧବ କର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।