Odiapua.com

ଚିତ୍ତରଞ୍ଜନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଚତୁର୍ଭୁଜପୁର ଚାମ୍ପିଅନ

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ନପଙ୍ଗ ପାଲା ପଡିଆରେ ଅନୁଷ୍ଠିତ ଚିତ୍ତରଞ୍ଜନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଚତୁର୍ଭୁଜପୁର ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚ ଚତୁର୍ଭୁଜପୁର ଜୀବନଜ୍ୟୋତି କ୍ରିକେଟ ଟିମ୍ ଓ ସୁନି ଜୟ ବଜରଙ୍ଗବାଲି କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚତୁର୍ଭୁଜପୁର ଦଳ ଅଧିନାୟକ ଟସ ଜିଣି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ବଜରଙ୍ଗବାଲି ଦଳ ୧୫ ଓଭରରେ ୮ ଉଇକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲେ । ଜବାବରେ ଚତୁର୍ଭୁଜପୁର ଦଳ ୧୩ ଓଭରରେ ୩ ଉଇକେଟ ହରାଇ ୧୮୦ ହାସଲ କରି ଚାମ୍ପିଅନ ହୋଇଥିଲା । ପୁଷ୍ପେନ୍ଦୁ ସାମଲ ଓ ତାପସ ରାୁତ ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ । ଉତ୍କଳ କେଶରୀ ସାମଲ ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଭାବେ ବିବେଚିତ ହୋଇଥିଲେ । ଖେଳ ଶେଷରେ ସ୍ଥାନୀୟ ସରପଞ୍ଚ ସୁବାସିନୀ ନାୟକ, ପୂର୍ବତନ ସରପଞ୍ଚ ଜଳଧର ଯେନା ଓ ସାମ୍ବାଦିକ ରାଜେନ୍ଦ୍ର ଶତପଥି ଅତିଥି ଭାବେ ଯୋଗଦେଇ ଚାମ୍ପିଅନ, ରନରସପ ଦଳ ସମେତ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ଦିବ୍ୟପ୍ରକାଶ ସାମଲ, ମନୋରଞ୍ଜନ ରାଉତ, ଅବିନାଶ ଜେନା, ଭରତ ସାମଲ, ସତ୍ୟଜିତ ରାଉତ, ଶକ୍ତି ଜେନା, ସୁଜିତ ରାଉତ, ଚିନ୍ତାମଣି ଜେନା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।