Odiapua.com

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ଘଟଣାରେ ଗିରଫ ୭ ଜଣ ଜେଲ୍ ଗଲେ

ବାଲେଶ୍ୱର୧୪-୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବାଲେଶ୍ୱର ଖନ୍ତାପଡ଼ା ପଣପଣା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ୮୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇ ବାଲେଶ୍ୱର ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ଚିକିତ୍ସିତ ଅବସ୍ଥାରେ ଥିବା କର୍ମଚାରୀ ବର୍ତ୍ତମାନ ବିପଦ ମୁକ୍ତ ଥିବା ସୂଚନା ମଳିଛି। କମ୍ପାନୀର ୭ ଜଣ ଅଧିକାରୀଙ୍କକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫ ୭ ଜଣଙ୍କ ଜାମିନ ଖାରଜ କଲେ ଏସ୍‌ଡିଜେଏମ୍ କୋର୍ଟ। ଜାମିନ ଖାରଜ ପରେ ସେମାନଙ୍କୁ ବାଲେଶ୍ବର ଜେଲ୍‌କୁ ପଠାଇଦିଆଯାଇଛି।