Odiapua.com

ଚିଙ୍ଗୁଡି ପୋଖରୀରେ କାମ କରୁଥିବାବେଳେ ବଜ୍ରାଘାତରେ ଯୁବକ ମୃତ

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ବଜରାପୁର ପଂଚାୟତ ବଜରାପୁର ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଯୁବକ ଜଣଙ୍କ ଚିଙ୍ଗୁଡି ପୋଖରୀରେ କାମ କରୁଥିବାବେଳେ ବଜ୍ରାଘାତ ଘଟିଥିଲା। ଫଳରେ ଯୁବକ ଜଣକ ତଳେ ପଡି ଅଚେତ୍ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତିହିଡି ମେଡିକାଲ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ଘର ମୟୁରଭଞ୍ଜ ଜିଲାର ବୋଲି ଜଣାପଡିଛି। ସେ ଚାନ୍ଦବାଲି ବ୍ଲକ୍ ବଜରାପୁର ପଞ୍ଚାୟତରେ ଏକ ଚିଙ୍ଗୁଡି ପୋଖରୀରେ କାମ କରୁଥିଲେ ବୋଲି ଜଣାଯାଇଛି। ମୃତ ଯୁବକ ଜଣକ ମୟୁରଭଞ୍ଜ ଜିଲା ବରଦା ଅଂଚଳର ଈଶ୍ୱର ବାସ୍କେ।