Odiapua.com

ଚିଙ୍ଗୁଡିପୁର ଉଚ୍ଚବିଦ୍ୟାଳୟ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିପୁର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁନନ୍ଦା ଖିଲାରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ବୁଧବାର ପ୍ରଦାନ କରାଯାଇଛି । ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇ ମୁଖ୍ୟଅତିଥି, ସ୍ୱାଧିନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ସରପଞ୍ଚ ଅମୂଲ୍ୟ କୁମାର ନାୟକ, ପ୍ରଧାନଶିକ୍ଷକ ରତିକାନ୍ତ ବେହେରା, ଏ.ବି.ଇ.ଓ. ଅକ୍ଷୟ କୁମାର ଜେନା, ଉମେଶ ଯେନା, ମଞ୍ଜୁଳା ନାୟକ, ପ୍ରାକ୍ତନ ପ୍ରଧାନଶିକ୍ଷକ ସୁବଳ ଚରଣ ପତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାସୁଦେବ ଗୋଚ୍ଛାୟତ, ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ବିନୋଦ ବିହାରୀ ମହାରଣା, ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ ଅରୁଣୋଦୟ ଖିଲାର, ପ୍ରଭାତ ଖିଲାର, ଦୀପକ କୁମାର ପାଣିଗ୍ରାହୀ, ମୋ ସ୍କୁଲ ଅଭିଯାନ ସଭାପତି ରବିନ୍ଦ୍ର ଲେଙ୍କା, ଓଷ୍ଟା ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ଖିଲାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷୟତ୍ରୀଙ୍କ ଶିକ୍ଷାଦାନ ଶୈଳୀ, ଛାତ୍ରବତ୍ସଳତା ଭଳି ସୁଗୁଣର ଆଲୋକପାତ କରିବା ସହ ଅବସର ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ତାଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟତ୍ରୀ ସଶ୍ମିତା ସାମନ୍ତ ମାନପତ୍ର ପାଠ ଓ ଦେବେନ୍ଦ୍ରନାଥ ପାରି ଧନ୍ୟବାଦ ଦେଇଥିଲେ । ଶିକ୍ଷୟତ୍ରୀ ବିକଶି ସାହୁ, ସ୍ୱେତଲିନା ଦାସ, ମଧୁସ୍ମୀତା ବିଶ୍ୱାଳ, ଜୟନ୍ତୀ ନାଥ, ମଧୁସ୍ମୀତା ନାୟକ, ଗୀତରୋଜାଲିନ ମଲ୍ଳିକ, ରାଜେନ୍ଦ୍ର କୁମାର ସାହୁ, ହରେକୃଷ୍ଣ ସେଠୀ, ନିରାକାର ସାମଲ, କୁଞ୍ଜବିହାରୀ ନାୟକ, ପ୍ରିୟଦର୍ଶନୀ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।