Odiapua.com

ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ,ସହାୟତା ପାଇଁ ନିବେଦନ

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଚାରୀଗାଁ ଗ୍ରାମର ମଦନ ବେହେରାଙ୍କ ପୁଅ ସନ୍ତୋଷ(୩୩)ଙ୍କ ଦୁଇଟି ଯାକ କିଡିନି ନଷ୍ଟ ହୋଇଯାଇଛି । ସେ ବର୍ତ୍ତମାନ ବୁବନେଶ୍ୱର ସ୍ଥିତ ଏମ୍ସ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବ୍ୟୟ ବହୁଳ ଚିକିତ୍ସା ପାଇଁ ଆର୍ଥୀକ ଅନାଟନ ଦାଉ ସାଜିଛି । ପଦନ ଚକ୍ରାପାଢି ସ୍କୁଲ ସମ୍ମୁଖରେ ବାରମଜା ବିକ୍ରୀ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରତିଦିନ ଦୁଇ ଓଳା, ଦୁଇ ମୁଠା ଖାଇବା ପାଇଁ ପରିବାରର କଷ୍ଟ ସାଧ୍ୟ ବ୍ୟାପାର ହୋଇଥିବା ବେଳେ ସନ୍ତୋଷଙ୍କ କିଡିନି ନଷ୍ଟ ହୋଇଯିବା ଘଟଣା ପରିବାର ଉପରେ ବଜ୍ର ପଡିବା ସଦୃଶ୍ୟ ହୋଇଛି । ପୁଅର ବ୍ୟୟ ବହୁଳ ଚିକିତ୍ସା ପାଇଁ ପଦନ ବାରଦ୍ୱାର ଅର୍ଥ ପାଇଁ ହାତ ପତାଉଛନ୍ତି । ଯାହାକି ସମୁଦ୍ରକୁ ଶଙ୍ଖେ କରି ଅର୍ଥ ସଂଗ୍ରହ କରି ପାରୁଛନ୍ତ । ସନ୍ତୋଷଙ୍କ ଚିକିତ୍ସା ପାଇଁ ଆର୍ଥୀକ ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।