Odiapua.com

ଚିକିତ୍ସାଧୀନ ଅବସ୍ଥାରେ ମୃତ ପୁଅର ଶବ ନିଜ ଘରକୁ ଆଣିବାକୁ ଅର୍ଥ ନ ଥିବା ନେଇ ସାହାଯ୍ୟ ପାଇଁ ଆକୁଳ ନିବେଦନ

ବଲାଙ୍ଗୀର ୨୬-୦୯ (ଓଡ଼ିଆ ପୁଅ) : ବଲାଙ୍ଗୀର ଜିଲ୍ଲା ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଗତ ବୁଧବାର ଦିନ ଠାରୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରୁ ସ୍ଥାନାନ୍ତରିତ ହୋଇ ଚିକିତ୍ସିତ ଅବସ୍ଥାରେ ଥିବା ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏଚ.ଆଇ.ଭି/ଏଡ୍ସରେ ଆକ୍ରାନ୍ତ ହୋଇ ମୃତ ଯୁବକ ବଲାଙ୍ଗୀର ଜିଲ୍ଲା ଏ ଆର ଟି କେନ୍ଦ୍ର ରୁ ନିୟମିତ ଏ ଆର ଟି ଔଷଧ ସେବନ କରି ଆସୁଥିବା ବେଳେ ଗତ ତିନି ମାସ ହେଲା ସେ ଓ ତାଙ୍କ ପିତା ଦୁର୍ବଳ ହୋଇଯାଇ ଶଯ୍ୟାଶାୟୀ ଅବସ୍ଥାରେ ଘରେ ରହିଯାଇଥିଲେ। ଜିଲ୍ଲାରେ ପରିଚାଳିତ ସାଇ ଟି- ଆଇ ନାମକ ପ୍ରକଳ୍ପ ଏଭଳି ଆକ୍ରାନ୍ତଙ୍କ ପାଇଁ ସରକାରୀ ଭାବେ କାର୍ଯ୍ୟ ସମ୍ପାଦନ କରୁଥିବା ଦର୍ଶାଇ ସୁଦ୍ଧା କୌଣସି ପ୍ରକାର ସାହାଯ୍ୟ, ଅବା ସହାୟତା ଯୋଗାଇ ନ ଥିଲେ। ଏପରି କି ଦୁଇଜଣଙ୍କ ଘରେ ଥିବା ରାସନକାର୍ଡ ମଧ୍ୟ ବନ୍ଧା କରିଦେଇଥିବା ଓ ଅର୍ଥ ଅଭାବରୁ ବଲାଙ୍ଗୀର ଯାଇ ଉକ୍ତ ଔଷଧ ଆଣି ପାରି ନ ଥିଲେ। ଉଭୟ ଦୁଇ ଜଣ ଚିକିତ୍ସିତ ଥିବା ଓ ଡାକ୍ତର ଏ.ଆର. ଟି ଔଷଧ ସେବନ କରିବାକୁ କହିବା ସତ୍ୱେ ସେମାନେ ତାହା ଉକ୍ତ କେନ୍ଦ୍ର ରୁ ପାଇ ପାରି ନ ଥିଲେ ଓ ଅନ୍ୟ ସାଲାଇନ, ଇଞ୍ଜେକ୍ସନ ଆଦି ଦିଆଯାଉଥିଲା। ଉକ୍ତ ଯୁବକଙ୍କ ସକାଳ ପ୍ରାୟ ୬ ଟା ୩୦ ବେଳେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭର୍ତ୍ତି ପିତା ଉକ୍ତ ଶବ ନେଇ ନିଜ ଘର ଟିଟିଲାଗଡ଼ କୁ ଫେରିବା କୁ ଚାହୁଁଥିବା ବେଳେ ଗାଡି ଅବା ଶବ ବାହକ ଗାଡି ପାଇଁ ଆବଶ୍ୟକ ଅର୍ଥ ନ ଥିବାରୁ ଉକ୍ତ ଉକ୍ତ ଶବ କିପରି ଆଣି ସତ୍କାର କରିବେ ସେ ନେଇ ସାହାଯ୍ୟ ଭିକ୍ଷା କରୁଥିବା ବେଳେ ତୁରନ୍ତ ବିଭାଗୀୟ ମୁଖ୍ୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।