Odiapua.com

ଚାଷୀ ସମସ୍ୟା ନେଇ ମାନବିକ ଅଧିକାର ମଞ୍ଚର ବୈଠକ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ମାନବିକ ଅଧିକାର ମଞ୍ଚ ଭଦ୍ରକ ଶାଖା ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବାଲଗୋପାଲ ମନ୍ଦିର ପରିସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ରାଜିଶୋର ପାତ୍ରଙ୍କ ଆବାହକତ୍ୱରେ ଭାଗଚାଷୀ ଓ କ୍ଷୁଦ୍ର ନାମମାତ୍ର ଚାଷୀଙ୍କ ବିଭିନ୍ନ ସମସ୍ୟା ଓ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ନେଇ ଆଗାମୀଦିନରେ କର୍ମଶାଳା କରାଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ବୈଠକରେ ଓଡ଼ିଶା ରାଜ୍ୟ ମାନବିକ ଅଧିକାର ମଞ୍ଚର ରାଜ୍ୟ କାର୍ଯ୍ୟକାରୀ ସଭାପତି ମାଗୁଣି ଜେନା, ଜିଲ୍ଲା ଉପଦେଷ୍ଟା ଚନ୍ଦ୍ରମଣି ସେଠୀ, ମମତା ପାତ୍ର, ବୀଣାପାଣି ଦାସ, ଧରିତ୍ରୀ ମଲ୍ଲିକ, ଗୀତାରାଣି ମହାନ୍ତି, ଆରତୀ ଜେନା, ଲକ୍ଷ୍ମୀଧର ଆରଣ, ରଞ୍ଜନ କୁମାର ଦାସ, ଗୌରହରି ଜେନା, ଶ୍ରୀମତୀ ବେହେରା, କୀର୍ତ୍ତନ ଧଳ ପ୍ରମୁଖ ଉପସ୍ଥିତ ରହି ମତ ରଖିଥିଲେ । ଆଗାମୀ ଦିନରେ ଚାଷୀଙ୍କ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ।