Odiapua.com

ଚାଷୀ ଆତ୍ମହତ୍ୟା: ସାର ପିଇ ଜୀବନ ହାରିଲେ ଯୁବଚାଷୀ

ଟିଟିଲାଗଡ଼ ୨୬-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସବ୍ଡିଭିଜନ ଅନ୍ତର୍ଗତ ସଇଁତଲା ଥାନା ଅଧିନସ୍ଥ ଧରବଗଡ଼ ଗ୍ରାମ ର ସୀତାରାମ ମାଝୀ ନାମକ ଜଣେ(୩୧) ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରକାଶ ଯେ ସକାଳ ପ୍ରାୟ ଘ୬.୩୦ ମିନିଟ ସମୟ ରେ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ଏକ ଗାଡି ରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିସାଳୟ କୁ ଆଣିଥିଲେ। ହେଲେ ଡାକ୍ତର ସିତାରାମ ଙ୍କୁ ମୃତ ଘୋଷଣା କରିଥିଲେ,ତାଙ୍କର ଗୋଟିଏ ଛୋଟ ପୁଅ ଓ ଗୋଟିଏ ଛୋଟ ଝିଅ ଥିବା ବେଳେ ବୃଦ୍ଧ ମାଆ, ବାପା ଅଛନ୍ତି। ଏକ ମାତ୍ର ରୋଜଗାର କ୍ଷମ ହୋଇଥିବା ବେଳେ ଚାଷ କାମ କରି ପରିବାର ଚଲାଇବା ସହ ମଜୁରୀ କାମ କରୁଥିଲେ। ସେ ଚାଷ ବର୍ଷା ଅଭାବ ଯୋଗୁଁ ହୋଇ ନ ପରିବା ନେଇ ଆତ୍ମହତ୍ୟା କରିଦେବେ କିମ୍ବା ହାଇଦ୍ରାବାଦ ଚାଲିଯିବେ ବୋଲି ବାରମ୍ବାର କହୁଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ବିଷପାନ କରି ମୃତ୍ୟୁ ବରଣ କରିଥିବା ଡାକ୍ତର ସନ୍ଦେହ ପ୍ରକାଶ କରି ଏ ନେଇ ପୋଲିସ କୁ ସୂଚନା ଦେଇଛନ୍ତି। ତେବେ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି। ଜମି ରେ ଚାଷ କୁ ନେଇ ସୀତାରାମ ଗତ କିଛି ଦିନହେବ ବ୍ୟସ୍ତ ଥିଲେ ଓ ଏ ନେଇ ସାର ପିଇ ଦେଇଥିବା ତାଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି।