Odiapua.com

ଚାଷୀଙ୍କ ଦ୍ୱାରା ରାସ୍ତା ଅବରୋଧ

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନ ବିକ୍ରି କରିବା ପାଇଁ ରାଜ୍ୟ ଯୋଗାଣ ନିଗମରୁ ପାଇଥିବା ଟୋକନର ଅବଧି ସରିଗଲା ହେଲେ ଚାଷୀଙ୍କ ଠାରୁ ଧାନକିଣାଯାଇ ପାରିଲାନାହିଁ । ପ୍ରତିବାଦରେ ଚାଷୀମାନେ ଧାନବସ୍ତା ରଖି ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବସନ୍ତିଆ ଛକ ନିକଟରେ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ଫଳରେ ଏହି ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ବସନ୍ତିଆ ସେବା ସମବାୟ ସମିତିରେ ଧାନ ଦେବାକୁ ସେମାନେ ନାମ ପଂଜିକରଣ କରିଥିଲେ । ସେହି ଅନୁଯାୟୀ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିଲେ । କିନ୍ତୁ ସେବା ସମବାୟ ସମିତିକୁ ନିର୍ଦ୍ଧାରିତ ସମୟରେ ଧାନ ନେଇଯିବାବେଳେ ଟାର୍ଗେଟ୍ ନାହିଁ କହି ଧାନ ନେଇନଥିଲେ ସେବା ସମବାୟ ସମିତି । ତେଣୁ ଟୋକନର ଅବଧି ସରିଯାଇଛି । ଏହାର ପ୍ରତିବାଦରେ ଆଜି ଚାଷୀମାନେ ଧାନବସ୍ତା ରଖି ରାଜପଥ ଅବରୋଧ କରିବାକୁ ବାଧ୍ୟହେଲେ ବୋଲି ସେମାନେ କହିବା ସହ ଯେପର୍ଯ୍ୟନ୍ତ ଧାନ ଚାଷୀଙ୍କ ଠାରୁ ନିଆନଯାଇଛି, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ କହିଛନ୍ତି ।