କନ୍ଧମାଳ,୨୨/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି କନ୍ଧମାଳ ବାଲିଗୁଡା ବସଷ୍ଟାଣ୍ଡରୁ ୧୯ ଜଣ ଯୁବକ-ଯୁବତୀ ଉଦ୍ଧାର ହୋଇଛନ୍ତି । ଏ ସମସ୍ତଙ୍କୁ ବାହାର ରାଜ୍ୟକୁ ଚାଲଣ କରାଯାଉଥିବା ବେଳେ ବାଲିଗୁଡ଼ା ଥାନା ପୋଲିସ ଏମାନଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି । ତେବେ ଗିରଫ ଦଲାଲ ଜଣକ ଆଶୁତୋଷ ଗେଜେ ବୋଲି ଜଣାପଡିଛି ଓ ଉଦ୍ଧାର ଯୁବକ ଯୁବତୀମାନେ ରାୟଗଡ଼ା କୁମ୍ଭିକଟା ଗାଁର ବୋଲି ପୋଲିସ ସୂଚନା ଦେଇଛି । କନ୍ଧମାଳ ଦେଇ ବାହାର ରାଜ୍ୟକୁ ନିଆଯାଉଥିବା ବେଳେ ଖବର ପାଇ ବାଲିଗୁଡ଼ା ପୋଲିସ ଚଢ଼ାଉ କରିଥିଲା । ବର୍ତ୍ତମାନ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।