କେନ୍ଦୁଝର, ୨୯/୧୦, (ଓଡ଼ିଆ ପୁଅ ପି ନାୟକ): ଚା ରେ ନିଶା ମିଶାଇ ଲୁଟ କଲେ ଲୁଟେରା। ଏଭଳି ଘଟଣା ଆଜି କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଉକ୍ତ ଅଞ୍ଚଳର ରବିନ୍ଦ୍ର ସା଼ହୁ ନାମକ ଜଣେ ବ୍ୟକ୍ତି ବ୍ରହ୍ମଣୀପାଳ ହାଟକୁ ଆସିଥିଲେ। ପରେ କିଛି ଅଜଣା ଯୁବକଙ୍କ ସହ କଥାବାର୍ତ୍ତା ହେବା ପରେ ସେମାନେ ରବୀନ୍ଦ୍ର ଙ୍କୁ ଚା ଦେଇଥିଲେ। ଆଉ ରବୀନ୍ଦ୍ର ଏହି ଚା ପିଇବା ପରେ ଚେତାଶୂନ୍ୟ ହୋଇପଡିଥିଲେ। ଏହାର ସୁଯୋଗ ନେଇ ଲୁଟେରା ଲୂଟ କରି ଫେରାର ହୋଇଯାଇଥିଲେ। ପରେ ଚେତା ଆସିବା ପରେ ସେ ଏହା ଜାଣିବାକୁ ପାଇଥିଲେ। ପରେ ସେମାନଙ୍କୁ ଖୋଜା ଯାଇଥିଲେ ମଧ୍ୟ ସେମାନେ ସେହି ଜାଗା ଛାଡି ଫେରାର ହୋଇଯାଇଥିବା ସୂଚନା ମିଳିଛି।