ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ଅଚଂଳର ସମାଜସେବୀ ଚାରୁଚନ୍ଦ୍ର ନାୟକଙ୍କ ଦ୍ୱୀତିୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଚାରୁଚନ୍ଦ୍ର ମେମୋରିଆଲ୍ ସର୍ବ ଭାରତୀୟ ଭଲି ଟୁର୍ଣ୍ଣର୍ାମେଟଂ ଆଜି ସନ୍ଧ୍ୟାରେ ଚାରୁଚନ୍ଦ୍ର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପଡିଆରେ ଉଦ୍ଘାଟିତ ହୋଇଛି । ପ୍ରଥମ ଖେଳ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ୍ ସହ ଭୁବନେଶ୍ୱର ରେନବୋ,ଦ୍ୱିତୀୟ ଖେଳ କଲିକତା ସୁପର ସିକ୍ସ ସହ ସୂର୍ଯ୍ୟଶିଖା କ୍ଲବ୍ ଭଦ୍ରକ,ତୃତୀୟ ଖେଳ ରାଇଜିଂ କ୍ଲବ ରାଉଲକେଲା ସହ ଭୁବନେଶ୍ୱର ରେନବୋ ,ଚତୁର୍ଥ ଖେଳ ହରିୟାଣା ସ୍ପାଇକର ସହ ସୂର୍ଯ୍ୟଶିଖା କ୍ଲବ୍ ଭଦ୍ରକ, ପଚଂମ ଖେଳ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ ସହ ରାଇଜିଂ କ୍ଲବ ରାଉଲକେଲା, ଷଷ୍ଠ ଖେଳ କଲିକତା ସୁପର ସିକ୍ସ ସହ ହରିୟାଣା ସ୍ପାଇକର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରେଫେରୀ ଭାବେ ଆନନ୍ଦପୁର ସାଇଁକୂଳର କଳାକାର ସାମଲ, ଗଣିଜାଙ୍ଗ ଭଦ୍ରକର ସଞ୍ଜୟ କୁମାର ବଳ,ବାଲେଶ୍ୱରର ସୁଯୟ କୁମାର ନାୟକ,ଭୁବନେଶ୍ୱରର ହିମାଶୁଂ ଦାଶ,ବାଲେଶ୍ୱରର ଦେବକାନ୍ତ ନାୟକ, ପୁରୀର ପ୍ରିୟରଞ୍ଜନ ସାହୁ ଥିଲେ । ଭାଷ୍ୟକାର ଭାବେ ଅଧ୍ୟକ୍ଷ ତପନ ମଜମୁଦାର,ଶିକ୍ଷକ ସେକ୍ ଆଜାରୁଦ୍ଦିନ୍ ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ସେମିଫାଇନାଲ୍ ଓ ଫାଇନାଲ୍ ଖେଳ ଅନୁଷ୍ଠିତ ହେବ । ପ୍ରାରମ୍ଭରେ ୬ ଗୋଟି ଦଳର ଖେଳାଳୀ ମାନଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଅତିଥି ଭାବେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଶିକ୍ଷାବିତ୍ ଶୁଭେନ୍ଦ୍ର କୁମାର ମିଶ୍ର, ବିଶିଷ୍ଟ ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ ଯୋଗଦେଇ ସ୍ୱର୍ଗତଃ ଚାରୁଚନ୍ଦ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଟୁର୍ଣ୍ଣାମେଟଂ ସଂପୃକ୍ତ ଅଚଂଳର କ୍ରୀଡା ପ୍ରେମୀ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ କମିଟି ସଭାପତି କ୍ଷିତିଶ କୁମାର ନାୟକ,ସମ୍ପାଦକ ସାଇସତ୍ୟ ନାୟକ ,ଅମରେଶ ନାୟକ, ସୁରେଶ୍ୱର ବାରିକ,ସରେଶ ନାୟକ, ଶଶିକାନ୍ତ ସେଠୀ, ଅଜୟ କୁମାର ନାୟକ, ସାଇଶ୍ୱାସତ ନାୟକ,ଅକ୍ଷୟ ଜେନା ପ୍ରମୁଖ ସହଯୋଗ ଥିଲେ ।
ଚାରୁଚନ୍ଦ୍ର ମେମୋରିଆଲ୍ ଭଲି ଟୁର୍ଣ୍ଣାମେଟଂ ଉଦ୍ଘାଟିତ
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????