Odiapua.com

ଚାରି ରାଜ୍ୟର ପ୍ରସିଦ୍ଧ ଧାର୍ମିକ ପର୍ବ ବଡଯାତ୍ରା ପାଇଁ ମାଲକାନଗିରିରେ ପ୍ରସ୍ତୁତି ଶେଷ

ମାଲକାନଗିରି, ୬ା୩ (ଓଡିଆ ପୁଅ ) କେଉଁ ଆବାହମାନ କାଳରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଓ ଚାରି ରାଜ୍ୟର ମୁଖ୍ୟ ଧାର୍ମିକ ପର୍ବ ପ୍ରସିଦ୍ଧ ବଡ ଯାତ୍ରା ଦୁଇବର୍ଷରେ ଥରେ ପାଳନ ହୋଇ ଆସୁଛି। ଏହି ଯାତ୍ରାରେ ଓଡିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଛତିଶଗଡ ରାଜ୍ୟର ଲକ୍ଷାଧିକ ଭକ୍ତମାନଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷ ବଡ ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳାରା ସହିତ ଧୁମଧାମରେ ପାଳନ ହେବ ସେନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚି ଯାଇଛି। ଆଜି ସ୍ଥାନୀୟ ଡିଆରଡିଏ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବଡ ଯାତ୍ରାର ଶେଷ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକ୍ରୀଷ୍ଣା ଗଣ୍ଡୋ, ସହକାରି ଏସପି ଉଦ୍ଧବଚରଣ ନାୟକ, ମାଲକାନଗିରି ଥାନା ଅଧିକାରୀ ରଜଂନ କୁମାର ସାହୁ, ସିଡିଏମଓ ଅଜିତ କୁମାର ମହାନ୍ତି, ବଡ ଯାତ୍ରାକମିଟି, ମାନ୍ୟମକୋଣ୍ଡା ବଡ ଯାତ୍ରା କମିଟି, ବଜାର କମଟି, ମୁଖ୍ୟ ପୂଜାରୀ, ଦିଶାରୀ, ବୁଦ୍ଧିଜିବୀ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ। ଆସନ୍ତା ୧୧ତାରିଖରେ ଆନ୍ଧ୍ରପ୍ରଦେଶ ପୋଲେରୁ ନଦୀରେ ନୌକାବିହାର ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ନଦୀ ପାର ହେବାପାଇଁ ତିନୋଟି ମୋଟୋର ଚାଳିତ ବୋଟ, ଲାଇଫ ଜାକେଟ୍, ସ୍ୱତନ୍ତ୍ର ବାରିକେଟ ବ୍ୟବସ୍ଥା କରାଯାଇଛି, ଏହା ବ୍ୟତିତ ଭକ୍ତମାନଙ୍କ ପାଇଁ ପାନୀୟ ଜଳ, ପ୍ରସାଦ, ରହିବାର ବ୍ୟବସ୍ଥା ସହିତ ପୂଜା ମଣ୍ଡପଗୁଡିକରେ ଆଲୋକ ବ୍ୟବସ୍ଥା କରିବା ପାଇଁ ଆଲୋଚନା ହୋଇଥିଲା। ଖୋଲମ ଖୋଲା ଭାବେ ରାସ୍ତାଘାଟ ରେ ଠାକୁର ଙ୍କ ବିମାନ ନିକଟରେ ପଷୁ, ପକ୍ଷୀଙ୍କ ବଳି ଯେପରି ନପଡିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ପୂଜାରି ଦିଶାରୀ ମାନଙ୍କୁ ଅନୁରୋଧ କରାଯାଇଥିଲା। ଏହି ବୈଠକ ମାଲକାନଗିରି ତହସଲିଦାର ତଥା ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ ପରିଚାଳନା କରିଥିଲେ।୧୧ତାରିଖ ରେ ମହାପ୍ରଭୂ ଶ୍ରୀ ଶ୍ରୀ କାନମରାଜ, ବାଲରାଜ, ପୋତରାଜ ଆନ୍ଧ୍ର ପ୍ରଦେଶ ପୋଲେରୁ ତାଡକା ରେଉ ରେ ସ୍ନାନପରେ ମାନ୍ୟମକୋଣ୍ଡା ଠାରେ ଥିବା ମା ମୁତ୍ୟେଲୁମ୍ମାଙ୍କ ନିକଟରେ ପୁଜା ପାଇ ମାଙ୍କ ସହିତ ୧୨ତାରିଖ ରାତ୍ରରେ ସୁସଜିତ ସ୍ୱତନ୍ତ୍ର ବିମାନରେ ଶୋଭା ଯାତ୍ରାରେ ବାହାରି ୧୩ତାରିଖରେ କାଲିମେଳା ଠାରେ ପହଁଚିବେ, ଏହି ପରି କାଙ୍ଗୁରକୋଣ୍ଡା, ଶିଖପାଲି, ତମାସା ହୋଇ ମାଲକାନଗିରି ଜିଲ୍ଲାସଦର ମହକୁମା କନ୍ୟାମାଝି ବନ୍ଧ ଠାରେ ୧୬ତାରିଖ ପ୍ରାତଃରେ ପହଁଚି ଭୋଗପାଇ ମାଣ୍ଡିଆଭଟ୍ଠା, ମାଉଲି ମନ୍ଦିରରେ ୧୮ତାରିଖରେ ପହଁଚି ୨୦ତାରିଖ ବଢିଭୋରୁ ଠାକୁର ଙ୍କୁ ପୁଣି ମାନ୍ୟମକୋଣ୍ଡା ଅଭିମୁଖେ ବିଦାୟ ଦିଆ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଯାତ୍ରା ଆସନ୍ତା ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସଦର ମହକୁମା ଠାରେ ପାଳନ ହେବାକୁ ଯାଉଛି। ଶାନ୍ତି ଶୃଙ୍ଖଳାର ସହିତ ବଡ ଯାତ୍ରାରେ ଭକ୍ତ ମାନେ ଠାକୁର ଙ୍କୁ ଦର୍ଶନ କରିପାରିବାର ବ୍ୟବସ୍ଥା କରାଯାଇଛି। ଗହଳି ଓ ମିନାବଜାର ନିକଟରେ ପୁଲିସଙ୍କୁ ମୁତୟନ କରିବା ସହ ମେଜିଷ୍ଟ୍ରଟ୍ ଙ୍କୁ ନିଯୁକ୍ତି ଦିଆ ଯିବ ବୋଲି ପ୍ରସ୍ଥାବ ଦିଆଯାଇଥିଲା।ଦୁର୍ଘଟଣା ପାଇଁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ, ଦମକଳ ବାହିନିଙ୍କୁ ପ୍ରସ୍ତୁତି ରଖାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ।ଚଳିତ ବର୍ଷ ଏହି ଯାତ୍ରାର ପୂଜା ବିଧି ବିଧାନ ଫେବୃୟାରୀ ମାସ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୨୦ତାରିଖରେ ଯାତ୍ରା ଉଦଯାପିତ ହେବ। ମୁଖ୍ୟତ ଆସନ୍ତା ୧୧ ତାରିଖରେ ଆନ୍ଧ୍ର ପୋଲେରୁ ନଦୀ ଓ ତାଡକା ରେଉ ରେ ସ୍ନାନ ଆରମ୍ଭ ହୋଇ ମାଲକାନଗିରି ଠାରେ ଯାତ୍ରା ଶେଷ ହେବାର ବ୍ୟବସ୍ଥା ହୋଇଛି। ବଡଯାତ୍ରା ପ୍ରତି ଦୁଇବର୍ଷରେ ଥରେପଡୁଥିବାରୁ ଠାକୁର ଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ୍ୟାଧିକ ସଂଖ୍ୟା ରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଲାଗିଯାଇଥାଏ। ପୋଲେରୁ ଓ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଭକ୍ତମାନଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ବଡଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ କିପରି ସରିବ ସେଥିପ୍ରତି ଏହି ବୈଠକରେ ଯାତ୍ରା କମିଟି ଓ ଅନ୍ୟାନ ବୁଦ୍ଧି ଜିବୀମାନଙ୍କ ମତାମତ ପ୍ରତି ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଥିଲା। ଆନ୍ଧ୍ରପ୍ରଦେଶ ପୋଲେରୁ ତାଡକା ରେଉ ଠାରେ ଠାକୁରଙ୍କ ସ୍ନାନ ଯାତ୍ରା ନିମନ୍ତେ ଆନ୍ଧ୍ରପ୍ରଦେଶ ରୁ ଦୁଇଜଣ ଆଇଏଏସ ଅଧିକାରୀଙ୍କ ସହିତ ଚିନ୍ତୁର ତହସିଲଦାର ଓ ମାଲକାନଗିରି ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ଦୁଇରାଜ୍ୟର ସମ୍ବନୟ କମିଟି ବୈଠକ ଗତ ଦୁଇଦିନତଳେ ହୋଇଥାଲ, ପୋଲେରୁ ନଦୀ ପାରହେବା ଭକ୍ତ ଓ ଯାତ୍ରୀ ମାନଙ୍କ ସୁରକ୍ଷା ପ୍ରତି ଦୁଇରାଜ୍ୟର ପ୍ରଶାସନିକ ଅଧିକାରୀ ମାନେ ଅଧିକ ଗୁରୁତ୍ୱ ଦେବେ ବୋଲି ଆଲୋଚନା କରିଥିଲେ।