Odiapua.com

ଚାରି ଗଣଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ

ତାଳଚେର, ୨୭/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ଗତ ୨୦୧୮ ମସିହା ଏପ୍ରିଲ ୨୧ ତାରିଖରେ ଜଣେ ଯୁବତୀଙ୍କ ପ୍ରତି ହୋଇଥିବା ଏକ ଗଣଦୁଷ୍କର୍ମରେ ଅଭିଯୁକ୍ତ ୪ଜଣଙ୍କୁ ମାନ୍ୟବର ଅଦାଲତ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଖବରରୁ ପ୍ରକାଶ ତାଳଚେର ଥାନା ଅନ୍ତର୍ଗତ ଲିଙ୍ଗରାଜ ହଟିଂ ଅଂଚଳରେ ପରିବାର ସହ ରହି ଆସୁଥିବା ପୂଜା ଗାଗରାଇ ନାମକ ଜଣେ ୧୮ ବର୍ଷୀୟା ଯୁବତୀ ୨୦୧୮ ମସିହା ଏପ୍ରିଲ ୨୧ ତାରିଖ ରାତି ୧୦ଟା ସମୟରେ ତାଳଚେର ନୂଆ ବସଷ୍ଟାଣ୍ଡ ପଛ ପାଶ୍ୱର୍ରେ ନିଜ ବନ୍ଧୁ ଚନ୍ଦନ ସହ କଥାବାର୍ତ୍ତା କରୁଥିବା ବେଳେ ଦୁବୃର୍ତମାନେ ସେଠାରେ ପହଁଚି ଚନ୍ଦନକୁ ବାନ୍ଧି ପୂଜାକୁ ଜବରଦସ୍ତ ନିକଟସ୍ଥ ଅପରିତ୍ୟକ୍ତ ପଥର କାନ୍ଥ ପାଖକୁ ନେଇ ଗଣଦୁଷ୍କର୍ମ କରିଥିଲେ। ତେବେ ଚନ୍ଦନ କୈାଶଳକ୍ରମେ ସେଠାରୁ ପଳାଇ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଁଚି ଯୁବତୀଙ୍କୁ ଉଦ୍ଧାର କରିଥିଲା। ତାପର ଦିନ ଏପ୍ରିଲ ୨୨ ତାରିଖରେ ଥାନାରେ ଯୁବତୀ ଜଣକ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇପିସି ଧାରା ୩୭୬-ଡି ଓ ୫୦୬ ରେ ପୋଲିସ କେସ୍ ରୁଜୁ କରି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ଚାଲିବାପରେ ଗତକାଲି ଏପ୍ରିଲ ୨୬ ତାରିଖରେ ମାମଲାର ଶୁଣାଣି ହୋଇଥିଲା। ମାନ୍ୟବର ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ରବିନ୍ଦ୍ର କୁମାର ଦାସ ମଙ୍ଗଳବାର ଉକ୍ତ ମାମଲାର ଶୁଣାଣି କରି ଅଭିଯୁକ୍ତ ତାଳଚେର ପୈାରାଂଚଳ ୱାର୍ଡ଼ ନଂ ୧୧ ଅଧିନ ଜେଲ ରୋଡ଼ ଅଂଚଳର ସୈାଭାଗ୍ୟ ନାଏକ ଓରଫ ବାଘ ଓରଫ ଟିଟୁ (୨୨), ପ୍ରସନ୍ନ ନାଏକ ଓରଫ ଭାଲୁ ଓରଫ ପୁରିଆ(୨୨), ରତନ ନାଏକ ଓରଫ ନହିଆ (୧୯) ଏବଂ ତାଳଚେର ଟାଉନ ୱାର୍ଡ଼ ନଂ ୧୧ ଅଧିନ ବାପୁଜୀ ନଗରର ଯୋଗେଶ୍ୱର ନାଏକ ଓରଫ ଯୋଗୀ(୨୮)ଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଏବଂ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ୧ବର୍ଷ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଉକ୍ତ ମାମଲାକୁ ସରକାରୀ ଓକିଲ ନିର୍ମଳ ତ୍ରିପାଠୀ, ଜ୍ୟୋତି ରଞ୍ଜନ ମହାପାତ୍ର ଓ ନରେଶ ନାୟକ ପରିଚାଳନା କରୁଥିଲେ।