Odiapua.com

ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

ହାଟଡ଼ିହି, ୧୯ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ପଞ୍ଚାୟତ ମରଚାଇପଦା ଠାରେ ଥିବା କବିତାମଞ୍ଜରୀ ସନ୍ୟାସୀ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସୋସୋ ପଞ୍ଚାୟତରେ ‘ୟାସ’ ବାତ୍ୟା କ୍ଷତିଗ୍ରସ୍ଥ, ଅସହାୟ ଓ ପାକ୍ଷାଘାତ ରୋଗୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ସୋସୋ ଯଜ୍ଞ ପଡିଆଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ରାଧାକୃଷ୍ଣ ବିଶ୍ୱାଳ୧୭ଜଣ ବାତ୍ୟା କ୍ଷତିଗ୍ରସ୍ଥ ଓ ଜଣେ ଅସହାୟ ବ୍ୟକ୍ତିଙ୍କୁ ତାଙ୍କ ଝିଅ ବାହାଘର କରିବା ପାଇଁ ସହାୟତା ପ୍ରଦାନ କରିଥିବାବେଳେ ଅନ୍ୟଜଣେ ପକ୍ଷାଘାତ ରୋଗୀଙ୍କୁ ଚିକିତ୍ସା ସହାୟତା ଲାଗି ଚେକ ମାଧ୍ୟମରେ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷା ଡଃ. ରୀନା ବଳ, ମନୋଜ ମଞ୍ଜରୀ ଥାଟୋଇ, ରାମକୃଷ୍ଣ ବିଶ୍ୱାଳ, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ଅରୁପ ରଞ୍ଜନ ପରିଡା, ବିଦ୍ୟାଧର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିବାବେଳେ ଯୁବ ସମାଜସେବୀ ପ୍ରଣବ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କବିତାମଞ୍ଜରୀ ସନ୍ୟାସୀ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏପରି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି ।