Odiapua.com

ଚାରିଆଡୁ ପ୍ରଶଂସା : ୧୦ କିଲୋମିଟର ବସ୍‌ ଚଲାଇ ଡ୍ରାଇଭରର ଜୀବନ ବଞ୍ଚାଇଲେ ମହିଳା ପାସେଞ୍ଜର

ପୁଣେ, ଜାନୁୟାରୀ ୧୫ (ଓଡିଆ ପୁଅ) ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଜଣେ ବସ୍‌ ଡ୍ରାଇଭରଙ୍କର ହଠାତ୍‌ ଦେହ ଖରାପ ହେବାରେ ଲାଗିଲା। ଏହା ପରେ ସେ ବସ୍‌ ଚଲାଇପାରିଲେ ନାହିଁ ଏବଂ ମଝିରାସ୍ତାରେ ବସ୍‌ ରୋକିଦେଲେ। ଅଚେତ୍‌ ହୋଇପଡ଼ିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତିକରିବାକୁ ପଡ଼ିକର ଥିଲା। ତେଣୁ ଜଣେ ୪୨ ବର୍ଷ ବୟସ୍କା ମହିଳା ଏହି ମିନି ବସ୍ କୁ ନିୟନ୍ତ୍ରଣ କରି ଆଗକୁ ବଢ଼ିଲେ। ଏହି ବସ୍‌ ରେ ଅନେକ ମହିଳା ଓ ଶିଶୁଙ୍କୁ ଏକ ପିକ୍‌ନିକ୍‌ରେ ଯାଇଫେରୁଥିଲେ। ମହିଳା ଜଣକ ତାଙ୍କର ଉପସ୍ଥିତ ବୁଦ୍ଧି ଖଟାଇଲେ ଏବଂ ମଝି ରାସ୍ତାରୁ ବସ୍‌ ସହରକୁ ନେଇ ଆସିଲେ।

ଏହି ଘଟଣା ଅବଶ୍ୟ ଜାନୁଆରୀ ୭ ର। କିନ୍ତୁ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯୋଗୀ ସତାଭ ନାମକ ଏହି ମହିଳା ପୁଣେ ନିକଟସ୍ଥ ଶିରୁରର। ଏକ କୃଷି-ପର୍ଯ୍ୟଟନ କେନ୍ଦ୍ରରେ ପିକନିକ୍ କରିବା ପରେ ଅନ୍ୟ ମହିଳା ଏବଂ ଶିଶୁଙ୍କ ସହ ଯାତ୍ରା କରୁଥିଲେ। ହଠାତ୍‌ ଡ୍ରାଇଭର ଅଚେତ ହୋଇଗଲେ ଏବଂ ଏକ ନିଛାଟିଆ ରାସ୍ତା ମଝିରେ ଗାଡିଟିକୁ ଅଟକାଇ ଦେଇଥିଲେ।

ବସ୍‌ରେ ଥିବା ମହିଳା ଓ ଅନ୍. ଶିଶୁମାନେ ଭୟଭୀତ ହୋଇ କାନ୍ଦିବାକୁ ଲାଗିଲେ, ସତାଭ ବସ୍‌କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟାକରି ସଫଳ ହେଲେ ଏବଂ ଡାକ୍ତରଖାନାରେ ଡ୍ରାଇଭରଙ୍କୁ ଭର୍ତ୍ତି କରିଥିଲେ।

ସେ କହିଛନ୍ତି “ଯେହେତୁ ମୁଁ ଏକ କାର୍ ଚଳାଇବା ଜାଣିଥିଲି, ତେଣୁ ମୁଁ ବସ୍ ଚଳାଇପାରିବି ବୋଲି ବିଶ୍ୱାସ ରଖିଥିଲି ଏବଂ ନେବାକୁ ସ୍ଥିର କଲି। ଡ୍ରାଇଭରକୁ ଉପଯୁକ୍ତ ଚିକିତ୍ସା ଦେବା ପ୍ରଥମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା। ତେଣୁ ମୁଁ ନିକଟସ୍ଥ ଡାକ୍ତରଖାନାକୁ ଯାଇ ସେଠାରେ ତାଙ୍କୁ ଭର୍ତ୍ତି କରିଥିଲି ବୋଲି ସତାଭ କହିଛନ୍ତି।

୧୦ କିଲୋମିଟର ବସ୍‌ ଚଳାଇଥିବା ମହିଳା ଜଣକ ଅନ୍ୟ ଯାତ୍ରୀମାନଙ୍କୁ ମଧ୍ୟ ନିଜନିଜର ଘରକୁ ଛାଡି ଥିଲେ। ସଙ୍କଟ ସମୟରେ ସାହସ ଦେଖାଇ ଭୟଭୀତ ହୋଇ ନ ଥିବାରୁ ସତାଭଙ୍କୁ ସବୁ ମହଲରୁ ପ୍ରଶଂସା ଲାଭ କରିଛନ୍ତି।

Woman drives bus in Pune to save the driver