Odiapua.com

ଚାପୁଣ୍ଡିଆ ଗ୍ରାମବାସୀଙ୍କୁ ମିଳିନି ରେସନ ସାମଗ୍ରୀ

ହାଟଡ଼ିହି, ୧୩ । ୪ : କରୋନା ପାଇଁ ସରକାର ଅଗ୍ରୀମ ତିନିମାସର ରେସନ ସାମଗ୍ରୀ ଯୋଗାଇଦେଇଥିବାବେଳେ ହାଟଡିହି ବ୍ଲକ ଚାପୁଣ୍ଡିଆ ଗ୍ରାମବାସୀମାନେ ଏହି ରେସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବାଇଧର ଜେନା, ମଙ୍ଗୁଳି କାଣ୍ଡି, ଦୈତାରୀ ଜେନା, ହିମାଶୁଂ ରଞ୍ଜନ ନାୟକ,ହାଡିବନ୍ଧୁ ସାହୁ, ଶ୍ୟାମସୁନ୍ଦର ନାୟକ, କୃଷ୍ଣଚନ୍ଦ୍ର ସା ପ୍ରମୁଖ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ କରୋନା ପାଇଁ ରାଜ୍ୟ ସରକାର ସମସ୍ତ ରେସନକାର୍ଡ ହିତାଧିକାରୀଙ୍କୁ ତିନିମାସର ରେସନ ସାମଗ୍ରୀ ଯଥା ଚାଉଳ ଓ ଗହମ ସହିତ ଏକହଜାର ଟଙ୍କାର ଆର୍ôଥକ ସହାୟତା ଓ ନିର୍ମାଣ ଶ୍ରମିକ ଅନୁଦାନ ଯୋଗାଇ ଦେଉଥିବାବେଳେ ସମଣା ପଞ୍ଚାୟତ ଚାପୁଣ୍ଡିଆ ଗ୍ରାମରେ କୌଣସି ହିତାଧିକାରୀଙ୍କୁ ଆଜି ପର୍ଯ୍ୟନ୍ତକୌଣସି ସହାୟତା କିମ୍ବା ରେସନ ସାମଗ୍ରୀ ଯୋଇ ଦିଆଯାଇ ନାହିଁ । ଗ୍ରାମରେ ଅନେକ ଗରିବ ପରିବାର ଲକଡାଉନ ଯୋଗୁଁ ବହୁ ଦୁଖଃକଷ୍ଟରେ ଥିବାବେଳେ ଲୋକମାନେ ସରକାରୀ ସହାୟତା ନପାଇ ନାନା ଅସୁବିଧାରେ ରହିଛନ୍ତି । ପଞ୍ଚାୟତର ଅନ୍ୟଗାଁ ସବୁକୁ ଚାଉଳ ଓ ଆର୍ôଥକ ସହାୟତା ଯୋଗାଇ ଦିଆଯାଇ ଥିବାବେଳେ ଏପର୍ଯ୍ୟନ୍ତ ଚାପୁଣ୍ଡିଆ ଗ୍ରାମର ଲୋକମାନେ କୌଣସିବି ଗୋଟିଏ ସୁବିଧା ପାଇପାରି ନାହାନ୍ତି । ଏହାକୁନେଇ ଗ୍ରାମରେ ଆଜି ଅସନ୍ତୋଷ ପ୍ରକାଶ ପାଇବାସହ ଗ୍ରାମବାସୀମାନେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଛନ୍ତି । ଏ ସମ୍ପର୍କରେ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ ଏ ବାବଦରେ ଜାଣି ନଥିଲେ ଓ ତୁରନ୍ତ ଲୋକମାନଙ୍କୁ ଚାଉଳ ଓ ସହାୟତା ରାଶି ଯୋଗାଇବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।