Odiapua.com

ଚାପିଦେଲା ବସ

ବରଗଡ଼,୦୭/୦୯,(ଓଡ଼ିଆ ପୁଅ ପି ନାଏକ): ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ରାସ୍ତା କେରମେଲାବାହାଲ ଛକରେ ସଡକ ଦୁର୍ଘଟଣା ହୋଇଛି । ଯାତ୍ରୀଙ୍କ ଉପରେ ଚଢିଯାଇଛି ବସ୍ । ମୃତକ ଜଣକ  ଧବଳେଶ୍ବର ସାହା ହୋଇଥିବା ବେଳେ ତାଙ୍କ ଘର ଖଣ୍ଡିଝରଣ ଗାଁରେ । ସେ ମାଡୋସିଲ ମହାବିଦ୍ୟାଳୟରେ ଆଧ୍ୟାପକ ଥିଲେ ।ଦୁର୍ଘଟଣା ଘଟାଇଥିବା ବସ୍ ପାଇକଲ ଥାନାରେ ଅଟକ ରଖାଯାଇଛି । ଦୁର୍ଘଟଣାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସ୍ଥାନୀୟଲୋକ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।