Odiapua.com

ଚାନ୍ଦା ଆଦାୟ ଅଭିଯୋଗରେ ଦୁଇ ପୁଲିସ ନିଲମ୍ବିତ

ହାଟଡ଼ିହି- ୨୩/୭/ ଚାନ୍ଦା ଆଦାୟ ଅଭିଯୋଗରେ ନନ୍ଦିପଦା ଥାନାର ଜଣେ ସବଇନ୍ସପେକ୍ଟର ଓ ଜଣେ ପୁଲିସ କନେଷ୍ଟବଳଙ୍କୁ ଜିଲ୍ଲା ଏସପି ନିଲମ୍ବିତ କରିଥିବା ସୂଚନା ମିଳିଛି। ଏ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଏହା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଖବରରୁ ଜଣା ଯାଇଛି ଯେ ନନ୍ଦିପଦା ଥାନାର ଜଣେ ଏସ.ଆଇ ଓ ଜଣେ କନେଷ୍ଟବଳ ହାବଳେଶ୍ୱର ଓ ଡିମିରିଆ ବାଲିଘାଟକୁ ଯାଇ ବେଆଇନ ଭାବେ ଚାନ୍ଦା ଆଦାୟ କରିଥିଲେ। ଏନେଇ ଏସ.ପି ଙ୍କ ପାଖରେ ଅଭିଯୋଗ ପହଞ୍ଚିଥିଲା। ଅଭିଯୋଗକୁ ଭିତ୍ତିକରି ଏସ.ପି ଉଭୟଙ୍କୁ ଆଜି ନିଲମ୍ବିତ କରିଛନ୍ତି। ଏସ. ଜଣଙ୍କୁ ସଦର ଏସ.ଡି.ପି.ଓଙ୍କ ନିକଟରେ ରିପୋର୍ଟ କରିବା ସହ କନେଷ୍ଟବଳଙ୍କୁ ବଡ଼ବିଲ ଏସଡିପିଓଙ୍କ ନିକଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ବୋଲି ଜଣା ଯାଇଛି।