Odiapua.com

ଚାନ୍ଦା ଆଦାୟକୁ ନେଇ ଡ୍ରାଇଭରକୁ ମାଡ,

ହାଟଡ଼ିହି, ୩୦ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଓରାଳି ଶାଳଣିଆଁ ରାସ୍ତାରେ ଗତକାଲି ରାତିରେ ବେଆଇନି ଚାନ୍ଦା ଆଦାୟକୁ ନେଇ ଜଣେ ଡ୍ରାଇଭରକୁ ମାଡ ମରାଯାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ କିଛି ଯୁବକ ଗତକାଲି ରାତିରେ ଗୋଟେ ବାଲି ବୋଝେଇ ଟ୍ରାକ୍ଟର ଡ୍ରାଇଭରକୁ ଚାନ୍ଦା ମାଗିଥିଲେ । ମାତ୍ର ଡ୍ରାଇଭର ଚାନ୍ଦା ନଦେବାରୁ ଯୁବକମାନେ ଉକ୍ତ ଡ୍ରାଇଭରକୁ ପିଟାମରା କରିଥିଲେ । ଡ୍ରାଇଭର ଜଣକ ଏନେଇ ତାର ମାଲିକକୁ ଟେଲିଫୋନ ଯୋଗେ ଜଣାଇବା ପରେ ଗଣିଜାଙ୍ଗର ଟ୍ରାକ୍ଟର ମାଲିକ ତାଙ୍କ ଗ୍ରାମର କିଛି ବ୍ୟକ୍ତିଙ୍କୁ ଧରି ଘଟଣାସ୍କଥଳରେ ପହଞ୍ଚିବାରୁ ଡ୍ରାଇଭରକୁ ମାଡ ମାରିଥିବା ଯୁବକମାନେ ଯେ ଯୁଆଡେ ଦୌଡି ପଳାଇଥିଲେ । ଘଟଣାସ୍ଥଳରେ ଏକ ବାଇକ ରହିଯାଇଥିଲା । ଟ୍ରାକ୍ଟର ମାଲିକ ଓ ତାଙ୍କ ସହଯୋଗୀମାନେ ବାଇକଟିକୁ ଆଣି ନନ୍ଦିପଦା ପୁଲିସ ଜିମା ଦେଇଛନ୍ତି । ଏନେଇ ଟ୍ରାକ୍ଟର ଚାଳକ ନନ୍ଦିପଦା ଥାନାରେ ଅଭିଯୋଗ କରିଛି ।