Odiapua.com

ଚାନ୍ଦବାଲି ମହାବିଦ୍ୟାଳୟରେ ବନ୍ଦେ ମାତରଂର ୧୫୦ବର୍ଷ ପୂର୍ତୀ ଉତ୍ସବ

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ମହାବିଦ୍ୟାଳୟ ରେ ବନ୍ଦେ ମାତରଂ ର ୧୫୦ବର୍ଷ ପୂର୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଏବଂ ସମସ୍ତ କର୍ମଚାରୀ ମହାବିଦ୍ୟାଳୟ ପରିସରରେ ଉପସ୍ଥିତ ରହିବା ସହ ବନ୍ଦେ ମାତରଂ ସଂଗୀତ ଗାନ କରାଯାଇଥିଲା। ପରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ଜଣା ଅଜଣା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧକ୍ଷ୍ୟ ମାୟାଧର ମହାନ୍ତି ପରିଚାଳନା କରିଥିବା ବେଳେ ଏନ ସି ସି ର ପରିଚାଳକ ଅଧ୍ୟାପକ ଶାନ୍ତନୁ କୁମାର ନାୟକ ଏବଂ ଏନ ଏସ ଏସ ର ସଂଯୋଜକ ଅଧ୍ୟାପକ ଅମିତାଭ ଭୂୟାଁ ପରିଚାଳନା ରେ ସହଯୋଗ ଜଟିଥିବା ବେଳେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।