Odiapua.com

ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ଗ୍ରାମ ପଂଚାୟତ ପଳାସପୁର ଗାଁରେ ଦାଦନ ଶ୍ରମିକର ମୃତ୍ୟୁ

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ପଂଚାୟତ ପଳାସପୁର ଗାଁ ର ଅଭିରାମ ରାଉତ ଙ୍କ ପୁଅ ସିଦ୍ଧାର୍ଥ ରାଉତ ତିନି ବର୍ଷ ହେବ କେରଳର ଏକ ସୁତା ମିଲରେ ରହି କାର୍ଯ୍ୟ କରିଆସୁଥିଲେ। ସିଦ୍ଧାର୍ଥ ଗତ ଶନିବାର ଦିନ ନିଜ ମା ଙ୍କ ସହିତ ଫୋନ୍ ରେ କଥା ହୋଇଥିବା କଥା ସିଦ୍ଧାର୍ଥ ଙ୍କ ମା କହିଛନ୍ତି ।ପରେ ସିଦ୍ଧାର୍ଥ ମା ଙ୍କ ପାଖକୁ ଫୋନ ଆସିଥିଲା ତୁମ ପୁଅ ବେକରେ ରସିଲଗାଇ ଦେଇଛି ବୋଲି।ଆଜି ଅପରାହ୍ନ ୪ ଘଟିକା ସମୟ ରେ ମୃତ ଦେହ ପଳାସ ପୁର ଗ୍ରାମ ରେ ପହଂଚିଲା ପରେ ଗ୍ରାମ ର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି।ଦିର୍ଘ ତିନି ବର୍ଷ ହେବ ସ୍ଥାନୀୟ ଠିକାଦାର ଙ୍କ ପାଖରେ ରହି କାର୍ଯ୍ୟ କରିଆସୁଥିଲେ କିନ୍ତୁ ନିଜ ଘରକୁ ଟଙ୍କା ଟିଏ ଦେଇ ନଥିବା କଥା ମୃତ ଙ୍କ ଭାଇ କହିଛନ୍ତି। ନିଜ ର ଗୁଜୁରାଣ ମେଂଟାଇବା ପାଇଁ ଦାଦନ ଖଟିବାକୁ ଜାଇ ଶେଷ ରେ ମୃତ ଦେହ ଘରକୁ ଫେରିଛି। ଏପଟେ ମୃତକ ଙ୍କ ପରିବାର ଲୋକେ କିପରି ନ୍ୟାୟ ପାଇବେ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।