Odiapua.com

ଚାନ୍ଦବାଲି ବ୍ଲକ୍ ରେ ମିଳିତ ଜନଶୁଣାଣି ଶିବିରରେ ଦୁଇ ରାଜନୈତିକ ଦଳ ମଧ୍ୟରେ ଉତେଜନା

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ସଭାଗୃହ ରେ ଭଦ୍ରକ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲୀପ ରାଉତ୍ ରାଏ ଓ ଏସ ପି ମାଡକର ସନ୍ଦୀପ ସମ୍ପତ୍ ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୮୨ ଟି ଅଭିଯୋଗ ଶୁଣିଥିଲେ। ସେଗୁଡିକ ମଧ୍ୟରେ ୧୪୩ ଟି ବ୍ୟକ୍ତିଗତ,୩୯ ଟି ସାମୁହିକ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିଲା । ୪ ଟି ଅଭିଯୋଗ ର ତତକାଳ ସମାଧାନ କରାଯାଇଥିଲା । ଭଦ୍ରକ ଜିଲ୍ଲା ପରିଷଦର ମୂଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡ଼ା ସୁଧାଂଶୁ ଶେଖର ବଳ, ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ ପ୍ରମୁଖ ଏହି ଶିବିର ରେ ଯୋଗ ଦେଇ ଅଭିଯୋଗ ଶୁଣିବାରେ ଜିଲ୍ଲାପାଳ ଙ୍କୁ ସହଯୋଗ କରିଥିଲେ । ଚାନ୍ଦବାଲି ବି ଡି ଓ ଅସିତ୍ କୁମାର ମହାନ୍ତି ଏହି ଶିବିର ଆୟୋଜନ ଓ ପରିଚାଳନା ରେ ଆନୁଷଙ୍ଗିକ ସହଯୋଗ କରିଥିଲେ। ଏହି ଶିବିର ରେ ସାମାଜିକ ସୁରକ୍ଷା ଯୋଜନା ରେ ୨ ଜଣ ସ୍ୱାମୀ ପରିତ୍ୟକ୍ତାଆ, ୫ ଜଣ ବିଧବା,୨ ଜଣ ଡିବ୍ୟାଙ୍ଗ ଙ୍କୁ ଭତା ପ୍ରଦାନ କରାଯାଇଥିଲା ।ଜଣଙ୍କୁ ଅନ୍ଧ ବାଡି, ଜଣଙ୍କୁ କ୍ରଚ, ୩ ଜଣ ଦିବ୍ୟାଙ୍ଗଙ୍କୁ ବସ ପାସ୍ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଙ୍କ ଠାରେ ଆଗତ ହୋଇଥିବା ଅଭିଯୋଗ ସବୁ ର ନିୟମାନୁଯାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଶିବିର ରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।ଚଳିତ ବର୍ଷ ବାତ୍ୟା ସମୟରେ ଆସିଥିବା ଏଫ୍‌ଡିଆର କାର୍ଯ୍ୟ ଦେଶ କୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ କଥା କଟା କଟି ଏବଂ ଠେଲା ପେଲା ହୋଇଥିଲା। ପୋଲିସ ବୁଝା ସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।