Odiapua.com

ଚାନ୍ଦବାଲି ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ବିଜେପି ଦଳ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଘେରାଉ

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ବିଜେପି ଦଳ ପକ୍ଷରୁ ବ୍ଲକ୍ ଘେରାଉ କରାଯାଇଥିଲା । ତେବେ ପ୍ରକୃତ ହିତାଧିକାରୀ ବଦଳରେ ଦଳୀୟ ଭିତିରେ ପକ୍କାଘର ଥିବା ଲୋକଙ୍କୁ ଏହି ବ୍ଲକ୍‌ର ବିଭିନ୍ନ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯାଇଛି । ତେଣୁ ପ୍ରକୃତ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରି ପଂଚାୟତମାନଙ୍କର କୁଜି ନେତାମାନେ ହଜାର ହଜାର ଟଙ୍କା ଲୋକଙ୍କ ପାଖରୁ ଲୁଟୁଥିବାର ଅଭିଯୋଗ କରିଛି ବିଜେପି । ତେବେ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ସହ ଲୋକଙ୍କୁ ଲୁଟୁଥିବା ନେତା ଓ ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭଦ୍ରକ ବିଜେପି ଉପସଭାପତି କମଳାକାନ୍ତ ସୂତାର ଓ ବିଜେପି ନେତା ଲଲାଟେନ୍ଦୁ ରାଏଙ୍କ ସମେତ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଚାନ୍ଦବାଲି ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।