Odiapua.com

ଚାନ୍ଦବାଲି ବ୍ଲକ୍‌ରେ ମିଳିତ ଜନାଭିଯୋଗ ଶୁଣାଣି ଶିବିର, ବିଭିନ୍ନ ଉପକରଣ, ଭତା ବାଂଟିବା ସହ ୮୮ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଚଳିତ ମାସର ଶେଷ ସୋମବାର ରେ ଚାନ୍ଦବାଲି ବ୍ଲକ୍‌ରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି ଶିବିରରେ ଯୋଗ ଦେଇ ସମୁଦାୟ ୮୮ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ବ୍ୟକ୍ତିଗତ ସମସ୍ୟା ଭିତିକ ୭୩ ଟି ଓ ସାମୂହିକ ସମସ୍ୟା ଭିତିକ ୧୫ଟି ଅଭିଯୋଗ ଥିଲା । ତନ୍ମଧ୍ୟରେ ରେଡ଼କ୍ରସ୍ ସମ୍ବନ୍ଧୀୟ ଥିବା ୧ଟି ଆବେଦନର ଶୁଣାଣି କରି ଜିଲ୍ଲାପାଳ ଆବେଦନକାରୀ ପ୍ରିୟମ୍ବଦା ପୋଥାଳଙ୍କୁ ତାଙ୍କ ସ୍ୱାମୀଙ୍କର ବୃହତର ଚିକିତ୍ସା ପାଇଁ ରେଡ଼୍‌କ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସାମାଜିକ ସୁରକ୍ଷା ଯୋଜନାରେ ଦିବ୍ୟାଙ୍ଗ ଓ ବିଧବା ଭତା ମିଶି ୧୫ ଜଣଙ୍କୁ, ୫ ଜଣଙ୍କୁ ତିନି ଚକିଆ ସାଇକେଲ, ୩ ଜଣଙ୍କୁ ବସ୍ ପାସ୍‌, ୨ ଜଣଙ୍କୁ କ୍ରଚେସ୍ ଏବଂ ୧ ଜଣଙ୍କୁ ୱାକିଂ ଷ୍ଟିକ୍ ଏହି ଶିବିରରେ ଜିଲ୍ଲାପାଳ ବଂଟନ କରିଥିଲେ । ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଅତିରିକ୍ତ ଏସ୍‌.ପି. ବାମଦେବ ସିଂ, ଚାନ୍ଦବାଲି ବି.ଡ଼ି.ଓ ଅସିତ୍ କୁମାର ମହାନ୍ତି, ଚାନ୍ଦବାଲି ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲାସ୍ତରୀୟ ଓ ଉକ୍ତ ବ୍ଲକ୍ ସ୍ତରୀୟ ସରକାରୀ ବିଭାଗୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଜନ ଅଭିଯୋଗର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଆବଶ୍ୟକ ଅନୁଯାୟୀ ସଂପୃକ୍ତ ବିଭାଗୀୟ ତଥ୍ୟ ଉପସ୍ଥାପନ କରିଥିଲେ ।