ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ୪ଟି ଗ୍ରାମ ପଂଚାୟତର ୮ଟି ବିଦ୍ୟାଳୟରେ ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୨୯ ଅଗଷ୍ଟ ୨୦୨୬ (ଶନିବାର ) ଶିକ୍ଷାଦାନ ଓ ସହ-ଶିକ୍ଷା କାର୍ଯ୍ୟକ୍ରମ ସ୍ଥଗିତ ରହିବ। ସ୍କୁଲଗୁଡିକ ହେଲା ଆରଡ଼ି ଗ୍ରାମ ପଂଚାୟତ: ମୁଆଁ ୟୁପି ସ୍କୁଲ ଓ ସନ୍ତରା ପ୍ରାଥମିକ ବିଦ୍ୟାଳୟ, ଘାଟପୁର ଗ୍ରାମ ପଂଚାୟତ: ଖଟୁଆସାହି ୟୁପି ସ୍କୁଲ, ମହାନ୍ତିସାହି ପ୍ରାଥମିକ ବିଦ୍ୟାଳୟ ଓ ତାରୁଖା ପ୍ରାଥମିକ ବିଦ୍ୟାଳୟ, ମାଧପୁର ଗ୍ରାମ ପଂଚାୟତ: କୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟ ଓ ବଡ଼ସିଙ୍ଗପୁର ୟୁପି ସ୍କୁଲ, ନନ୍ଦପୁର ଗ୍ରାମ ପଂଚାୟତ: ବାଙ୍କମୁହାଣ ପ୍ରାଥମିକ ବିଦ୍ୟାଳୟ।