ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଯୁକ୍ତ ଆଇନ ପ୍ରଣୟନ, ଏମ୍ ଏନ୍ ଆର ଇଜିଏସ ଯୋଯନା ପୂର୍ବପରି ଚାଲୁରଖିବା, ଆମ ଦେଶରେ ସାଂପ୍ରଦାୟିକ ଭିଡହିଂସା ଓ ଭିଡହତ୍ୟା ବଂଦ କରିବା, ଏପଷ୍ଟିନ ଯୌନ କେଳଙ୍କାରୀ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦେବା, ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ବାଣିଜ୍ୟ ଚୁକ୍ତି ବାତିଲ କରିବା, ଭାରତର ଅର୍ଥନୈତିକ ସାର୍ବଭୌମତ୍ୱ ର ସୁରକ୍ଷା, ଧର୍ମନିରପେକ୍ଷ ଗଣତନ୍ତ୍ରର ସୁରକ୍ଷା, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ମାନଙ୍କ ସାମାଜିକ ନ୍ୟାୟର ସୁରକ୍ଷା, ନିରପେକ୍ଷ ନ୍ୟାୟପାଳିକା ବ୍ୟବସ୍ଥା ର ସୁରକ୍ଷା ଆଦି ଦାବି ନେଇ ଟ୍ରେଡ଼ ୟୁନିୟନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ସାଧାରଣ ଧର୍ମଘଟ ଡାକରାକୁ ସମର୍ଥନ କରି ଓଡିଶା କୃଷକ ସଭା, ସିଆଇଟିୟୁ, ଏଆଇଟିୟୁସି, ଆଇଏନଟିୟୁସି , ଏଚ୍ ଏମ୍ ଏସ୍ ପକ୍ଷରୁ ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନ ଯଥା ଚାନ୍ଦବାଲି, ଜନ୍ତୁଆଳି ଛକ, ଧାମରା, ମତୋ, ଯଶିପୁର, ଘେଂଟଶ୍ୱର, ନଳଗୋହିରା, ଚର୍ଦିଆ, ଦୋସିଙ୍ଗା ଆଦି ସ୍ଥାନରେ ବଂଦ ଆନ୍ଦୋଳନ ସଫଳ ହୋଇଥିବା ବେଳେ ଭଦ୍ରକ- ଧାମରା ରେଳପଥରେ ଜନ୍ତୁଆଳି ଛକ ଠାରେ ଓଡିଶା କୃଷକ ସଭା ପକ୍ଷରୁ ରେଳରୋକ ଆନ୍ଦୋଳନ ହୋଇଥିଲା । ଯାହା ଫଳରେ ଆଦାନୀ କଂପାନିର ପ୍ରାୟ ୧୬ ଟି ମାଲବାହୀ ଟ୍ରେନ୍ ବଂଦ ହୋଇ ରହିଥିଲା । ସିଆଇଟିୟୁ, ଏଆଇଟିୟୁସି ଓ ଓଡିଶା କୃଷକ ସଭା ପକ୍ଷରୁ ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥକୁ ଚାନ୍ଦବାଲି ବଜାରରେ ବଂଦ ରଖାଯାଇଥିଲା । ଦିଗଛିଆ- ଧାମରା ରାସ୍ତାରେ ଜନ୍ତୁଆଳି ଛକଠାରେ ଓଡିଶା କୃଷକ ସଭା ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା । ଧାମରା ବନ୍ଦର ମୁଖ୍ୟ ଫାଟକ, ଯଶିପୁର ବଜାର, ମତୋ ବଜାର ଆଦି ସ୍ଥାନରେ କଂଗ୍ରେସ ଓ ସିପିଆଇ(ଏମ) ପକ୍ଷରୁ ମିଳିତ ଆନ୍ଦୋଳନ ସଂଗଠିତ ହୋଇଥିଲା । ଏହି ସର୍ବଭାରତୀୟ ସାଧାରଣ ଧର୍ମଘଟରେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଚାନ୍ଦବାଲି ବ୍ଲକରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, ସମସ୍ତ ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, ସମସ୍ତ ପୋଷ୍ଟ ଅଫିସ, ଚାନ୍ଦବାଲି ଲଂଚ ଘାଟ, ଚାନ୍ଦବାଲି ବ୍ଲକର ସମସ୍ତ ଫେରିଘାଟ, ଧାମରା ବନ୍ଦର, ଧାମରା ମତ୍ସ୍ଯ ପୋତାଶ୍ରୟ, ଚନ୍ଦନିପାଳ ଶୁଖୁଆ ଖଟି ଆଦି ବଂଦ ରହିଥିଲା । ଏହି ବଂଦ ଆନ୍ଦୋଳନରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିଆଇଟିୟୁ ଚାନ୍ଦବାଲି ବ୍ଲକ ସଭାପତି ମଳୟ ଭୋଇ, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଅଶୋକ ବେହେରା, ଓଡିଶା କ୍ଷେତମଜଦୂର ୟୁନିୟନ ଚାନ୍ଦବାଲି ବ୍ଲକ ସଭାପତି ଘନଶ୍ୟାମ ଦାସ, ବରିଷ୍ଠ କୃଷକ ନେତା ଅଭିରାମ ବଳ, ବ୍ରହ୍ମାନନ୍ଦ ପରିଡା, କୃଷକ ନେତା କାହ୍ନୁ କିଶୋର ସାହୁ,ଜୟୀରାମ ଦାସ, କୃଷକ ନେତା ବାମଦେବ ମଲ୍ଲିକ,ଚକ୍ରଧର ଦାସ, ଦଳିତ ନେତା ଅଞ୍ଜନ ଦାସ, ଦଳିତ ନେତା ହାକିମ ଦାସ, ଦଳିତ ନେତା ଶ୍ରୀନାଥ ଦାସ, ବରିଷ୍ଠ ଚାଷୀ ନେତା କାର୍ତିକ ଖିଲାର,ଶଙ୍କର୍ଷଣ ବିଶ୍ୱାଳ, କାଳନ୍ଦୀ ଜତି, କାଳିପଦ ଯେନା, ଚାଷୀ ନେତା କୀର୍ତନ ବିଶ୍ୱାଳ,ଛାତ୍ର ନେତା କାର୍ତିକ ନାଥ, ଆଲୋକ ନାଥ, ବିକ୍ରମ ନାୟକ, ଯୁବନେତା ବିଜୟ ଜେନା, ଏଆଇଟିୟୁସି ଚାନ୍ଦବାଲି ବ୍ଲକ ସଭାପତି ଗୌରହରି ମିଶ୍ର, କୃଷକ ନେତା ଭାଗିରଥି ରାଉତ, ବରିଷ୍ଠ କମ୍ୟୁନିଷ୍ଟ ନେତା ଅନନ୍ତ ପ୍ରସାଦ ମହାନ୍ତି, ବୀରଭଦ୍ର ପାତ୍ର, ଜୟକୃଷ୍ଣ ନାୟକ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଅମୀୟ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର ଦାସ, ପୂର୍ବତନ କଂଗ୍ରେସ ବ୍ଲକ ସଭାପତି ବୈଲୋଚନ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା କିଣୁରାମ ଯେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧିରେନ୍ଦ୍ର ବେହେରା, କଂଗ୍ରେସ ନେତା ସୁରେଶ ମାହୁନ୍ତ, ବଦ୍ରିନାଥ ନାୟକ , ଯୁବକଂଗ୍ରେସ ନେତା ଶକ୍ତି ପ୍ରତାପ ବିଶ୍ୱାଳ, ଯୁବକଂଗ୍ରେସ ନେତା ସୁବାଷ ନାୟକ, ଆଇଏନଟିୟୁସି ନେତା ତାରାକାନ୍ତ ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।