ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ବିଜେପି ପକ୍ଷରୁ ଖେରଙ୍ଗ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆରଡ଼ି ମଣ୍ଡଳ ସଭାପତି ସନ୍ଦୀପ କୁମାର ନାୟକ ସଭାପତିତ୍ୱ ଉକ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସଂମ୍ମାନିତ ଅତିଥି ଜିଲା ଭାଜପା ସଭାପତି ଭଗବାନ ପଣ୍ଡା, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅଜୟ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।ଏହି ଅବସରରେ ଖେରଙ୍ଗ ପଂଚାୟତ ଭାରତୀୟ ଜନତା ପାର୍ଟି ର ନେତା ପ୍ରଶାନ୍ତ ମାଝୀ ଓ ଲାଲଳିତ ନାୟକଙ୍କ ନେତୃତ୍ୱରେ ଖେରଙ୍ଗ ପଂଚାୟତର ଅଜୟ ମାଝୀଙ୍କ ସହିତ ଶତାଧିକ ପରିବାର ଅନ୍ୟ ରାଜନୈତିକ ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟି ରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ନୁଆ କରି ଦଳରେ ସାମିଲ ହୋଇଥିବା ନେତା ଓ କର୍ମୀ ମାନଙ୍କୁ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପୁଷ୍ପଗୁଛ ଓ ଦଳୀୟ ଉତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ଭଦ୍ରକ ବିଧାୟକ କହିଥିଲେ ମନମୋହନ ସାମଲଙ୍କ ନିର୍ବାଚନୀ ମଣ୍ଡଳୀ ଚାନ୍ଦବାଲି ସେ ଦଳକୁ ଓଡିଶା ସାରା ଜିତେଇବା ସହିତ ସରକାରକୁ ଆଣିଛନ୍ତି । ଚାନ୍ଦବାଲିର ଦ୍ରୁତ ବିକାଶ ଦିଗରେ ସେ ସଦା ସର୍ବଦା ଦୃଷ୍ଟି ଦେଉଛନ୍ତି । ଆଜି ଏହି ବିଶାଳ ମିଶ୍ରଣ ପର୍ବ ଆଗାମୀ ଦିନରେ ଖେରଙ୍ଗ ସମେତ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ରେ ବିଜେପି ସବୁ ପଂଚାୟତ, ପଂଚାୟତ ସମିତି ସମେତ ଏନଏସି ଦାଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଅନ୍ୟ ପଟେ ନୁଆ କରି ବିଜେପି ରେ ଯୋଗ ଦେଇଥିବା ଅଜୟ ମାଝୀ ବିଜେଡି ନୁଆ ଜିଲା ସଭାପତି ବ୍ୟାମେକେଶ ରାୟ ହେବା ପରେ ସେ ଅସନ୍ତୁଷ୍ଟ ହୋଇ ଦୀର୍ଘ ୨୫ ବର୍ଷ ଧରି ବିଜେଡି ରେ ରହିବା ପରେ ଦଳ ଛାଡିଥିବା ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନିର୍ବାଚନୀ ମଣ୍ଡଳୀ ସଂଯୋଜକ କିଶୋର ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର କୁମାର ରାଉଳ,ଜିଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ କୁମାର ରାଉଳ, ସାଧାରଣ ସମ୍ପାଦକ କମଳାକାନ୍ତ ସୂତାର, ସ୍ୱଦେଶ ପଣ୍ଡା, ସରପଂଚ ଭାରତୀ ବିଶ୍ୱାଳ, ସୁଶାନ୍ତ ପୁହାଣ,ସମିତି ସଭ୍ୟ ପ୍ରିୟରଞ୍ଜନ ଜେନା, ଅଭୟ ବଳ, ଜଗନ୍ନାଥ ରାଉତ,ବରିଷ୍ଠ ନେତା କାଁହୁଚରଣ ବେହେରା, ମାଳତୀ ଲତା ସାହୁ,ସନାତନ ସାହୁ,ବାଇଧର ସୂତାର, ନିଶିକାନ୍ତ ମାଝୀ ପ୍ରମୁଖ ଯୋଗଦେଇ ନୂତନ କର୍ମୀ ମାନଙ୍କୁ ସ୍ୱାଗତ କରିଥିଲେ।