ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତ ନେଢୁଆଳି ଗାଁରେ ଘଟିଯାଇଛ ଏକ ଦୁଃଖଦ ଖବର । ବାଉଁଶ ପୋଲରୁ ପଡି ନାବାଳକ ମୃତ । ମୃତ ନାବାଳକ ଜଣକ ହେଉଛନ୍ତି ନେଢୁଆଳି ଗାଁର ମଦନ ରାଉତଙ୍କ ୮ବର୍ଷର ପୁଅ ସୌମ୍ୟ ରଞ୍ଜନ ରାଉତ। ବୁଧବାର ନାବାଳକ ଜଣକ ତାର ଅନ୍ୟ ୨ଜଣ ସାଙ୍ଗମାନଙ୍କ ସହିତ ଗାଁ ପାଖ ବୈତରଣୀ ନଦୀ ଶାଖା ଜୋରର ଏକ ବାଉଁଶ ପୋଲରେ ପାର ହେଉଥିବା ବେଳେ ହଠାତ ତା ଗୋଡ ବାଉଁଶରେ ଖସିଯିବା ପରେ ପାଣିରେ ପଡିଯାଇଥଲେ ।ତା ସାଙ୍ଗମାନେ ଘରକୁ ଫେରି କହିଥିଲେ। ତୁରନ୍ତ ଗ୍ରାମବାସୀ ଯାଇ ଖୋଜାଖୋଜି କରିଥିଲେ ।କିଛି ସମୟ ପରେ ତାଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।ଗାଁରେ ଶୋକର ଛାୟା ଖେଳିଯାଇଛି ।