Odiapua.com

ଚାନ୍ଦବାଲି ଥାନାରୁ ଅପହୃତ ମାନସର ଗଳିତ ଶବ ରଣପୁରରୁ ମିଳିଲା

ନୟାଗଡ଼ ୧୨/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ବଧିପାଟଣା ନିକଟ ପାହାଡ କଡରୁ ପୋତା ଯାଇଥିବା ଏକ ଗଳିତ ଶବ ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ଯାହାକି ଏକ ବିଭତ୍ସ ଘଟଣା। ଓଡିଆ ଖବରରେ ଅପହୃତ ମାନସ ର ଖବର ବାରମ୍ବାର ପ୍ରକାଶନ ପରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା ଘଟଣାର ଗୁରୁତ୍ୱ ଉପଲବ୍‌ଧି କରି ଚାନ୍ଦବାଲି ଥାନା କରୁଣାକର ରାଉତଙ୍କ ଉପରେ ଅପହରଣ ମାମଲାର ତଦନ୍ତ ପାଇଁ ଚାପ ପକାଇଥିଲେ। ତେଣୁ ପୋଲିସ ତଦନ୍ତକୁ ତ୍ୱରାନ୍ନିତ କରିଥିଲେ। ଘଟଣାରୁ ପ୍ରକାଶ ଗତ ଫେବୃୟାରୀ ୭ ତାରିଖରେ ରଣପୁର ଥାନା ନୂଆପଲ୍ଲି ଗୋଡିପୋଖରୀ ଗ୍ରାମର ପଞ୍ଚାନନ ସ୍ୱାଇଁ ଙ୍କ ପୁଅ ମାନସ କୁମାର ସ୍ୱାଇଁକୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲୁମୁଣ୍ଡା ପଳାସପୁର ଛକରୁ ଅପହରଣ କରାଯାଇଥିଲା। ମାନସ ଭୁବନେଶ୍ୱର ଏକ ଷ୍ଟୁଡିଓ ରୁ ଏକ ବିବାହ ଉତ୍ସବର ଫଟୋଚିତ୍ର ଉତ୍ତୋଳନ ପାଇଁ ଯାଇଥିଲେ। ମାନସ ଘରକୁ ନଫେରିବାରୁ ମାନସ ପରିବାର ତରଫରୁ ଫେବୃୟାରୀ ୧୪ ତାରିଖରେ ଚାନ୍ଦବାଲି ଥାନାରେ ଅପହରଣ ଜନିତ ମାମଲା ଦେଇଥିଲେ।

ଚାନ୍ଦପୁର ଥାନା ନିରୀକ୍ଷକ କରୁଣାକର ରାଉତ ତଦନ୍ତ କରି ଜାଣିବାକୁ ପାଇଲେ ଯେ ମାନସ କୁ ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅଂଚଳର ଏକ ଆପାଟମେଣ୍ଟ ରେ ହତ୍ୟା କରାଯାଇଛି। ଏକ କାର୍ ଯୋଗେ ରଣପୁର ଥାନା ବଧିପାଟଣା ରାସ୍ତା ପାହାଡ ନିକଟରେ ମାନସର ଶବକୁ ପୋତା ଯାଇଛି। କାର ଚାଳକ ହେଉଛି ଭୁବନେଶ୍ୱର ବରମୁଣ୍ଡା ଡାଇରୀ ଫାର୍ମ ନିକଟ ପବନା ନାୟକ ଙ୍କ ପୁଅ ଭାଗ୍ୟଧର ନାୟକ (୨୬)। କାର ଚାଳକ ଙ୍କ ସୂଚନା ଅନୁଯାଇ ୨ ଜଣ ମ୍ୟାଡାମ୍ ଓ ଭୁବନେଶ୍ୱର ଖଣ୍ଡଗିରି ଅଂଚଳ ର ରାଜା ନାମକ ଏକ ମୋବାଇଲ ଦୋକାନୀ ତା କାର୍ କୁ ଭଡାରେ ନେଇ ଶବ ଆଣି ପୋତିଥିଲେ। ପୋଲିସ ସେ ୨ ଜଣ ମ୍ୟାଡାମ୍ ଓ ରାଜା ନାମକ ଯୁବକ କୁ ଚାନ୍ଦବାଲି ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଥିବା ଜଣାପଡିଛି। ଘଟଣାଟି ରଣପୁର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସମୟରେ ମାନସ ର ବୃଦ୍ଧ ବାପ ମା ଓ ସ୍ତ୍ରୀ ପିଲା ଦୁଃଖରେ ଭାଙ୍ଗି ପଡିଥିବା ଜଣାପଡିଛି। ଅଟକ ମହିଳା ମ୍ୟାଡାମ୍ ଏକ ୱେବ୍ ମିଡିଆର ମାଲିକାଣି ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।