ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଠାରେ ଥିବା ଜଳ ସମ୍ପଦ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ପୁନଃ ବଦଳି ଦାବୀ କରିଛନ୍ତି ଅଂଚଳବାସୀ। ଏ ନେଇ ଶତାଧିକ ଅଂଚଳବାସୀ ଲିଖିତ ଭାବେ ଏକ ଦାବୀପତ୍ର ଯନ୍ତ୍ରୀ ମୁଖ୍ୟଙ୍କ ନିକଟକୁ ପଠାଇଛନ୍ତି। ଲିଖିତ ଅଭିଯୋଗ ଅନୁଯାଇ ଚାନ୍ଦବାଲି ଜଳସମ୍ପଦ ବିଭାଗର ସହକାରୀ ଯନ୍୍ରୀ ବାଣିଶ୍ରୀ ନାୟକଙ୍କୁ ଚଣ୍ଡିଖୋଲ ଜଳସମ୍ପଦ ମୁଖ୍ୟଯନ୍ତ୍ରୀଙ୍କ ଅଧିନରେ ଥିବା ଜୋକାଡିଆକୁ ଚିଠି ସଂଖ୍ୟା ୩୩୫୧/୩ ପତ୍ର ସଂଖ୍ୟା ଅନୁଯାଇ ଡିସେମ୍ବର ମାସରେ ବଦଳି କରାଯାଇଥିଲା। ଏହି ବଦଳି ଆଦେଶ ପରେ ସଂପୃକ୍ତ ସହକାରୀ ଯନ୍ତ୍ରୀ ବାଣିଶ୍ରୀ ନାୟକ ଚାନ୍ଦବାଲି ଅଫିସରୁ ଯାଇ ଜୋକାଡିଆ ରେ ନିଯୁକ୍ତି ପାଇଥିଲେ। ମାତ୍ର ଏହି ବଦଳି ଆଦେଶ ବାହାରିବାର ଠିକ ୨୦ଦିନ ପରେ ଅର୍ଥାତ ଡିସେମ୍ବର ୨୩ ତାରିଖ ରେ ପୁନଃ ଚଣ୍ଡିଖୋଲ ଠାରେ ଥିବା ମୁଖ୍ୟଯନ୍ତ୍ରୀଙ୍କ ପତ୍ର ସଂଖ୍ୟା ୩୬୦୫/୨୩ ଡିସେମ୍ବର ୨୦୨୫ରେ ସଂପୃକ୍ତ ସହକାରୀ ଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କୁ ଜୋକାଡିଆ ଜଳସମ୍ପଦ ଅଫିସରୁ ପୁନଃ ଚାନ୍ଦବାଲି ଜଳସମ୍ପଦ ବିଭାଗକୁ ବଦଳି କରାଯାଇଛି।ଏହି ବଦଳି ଆଦେଶ ପରେ ପୁନଃ ସଂପୃକ୍ତ ସହକାରୀ ଯନ୍ତ୍ରୀ ଆସି ରାତି ଅଧିଆ ଚାନ୍ଦବାଲି ଜଳସମ୍ପଦ ବିଭାଗରେ ନିଜର ଚିଠି ଦେଇ ପୁନଃ ନିଯୁକ୍ତି ପାଇଲେ। ମାତ୍ର କେଉଁ ପରିସ୍ଥିତିରେ ସଂପୃକ୍ତ ସହକାରୀ ଯନ୍ତ୍ରୀଙ୍କ ପ୍ରତି ମୁଖ୍ୟ ଯନ୍ତ୍ରୀଙ୍କ ଏଭଳି ଚିନ୍ତାଧାରା ତାହା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। ସଂପୃକ୍ତ ସହକାରୀ ଯନ୍ତ୍ରୀ ବାଣିଶ୍ରୀ ନାୟକ ନିଜର ଇଛାରେ ରାତି ଅଧିଆ ବିଲ କରିବା ସହ ବହୁ ସ୍ଥାନରେ ସରକାରୀ କାର୍ଯ୍ୟକୁ ଠିକ ଭାବେ ତଦାରଖ ନକରି ନିଜର ମୁନାଫା କମାଇବା ପାଇଁ ରାତି ଅଧିଆ ବିିଲ କରୁଛନ୍ତି ତାହା ବିରୁଦ୍ଧରେ ଚାନ୍ଦବାଲି ବାସୀ ଭୁବନେଶ୍ୱର ଜଳସମ୍ପଦ ବିଭାଗର ଯନ୍ତ୍ରୀ ମୁଖ୍ୟଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ଚଣ୍ଡିଖୋଲ ଠାରେ ଥିବା ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଜଣେ ସହକାରୀ ଯନ୍ତ୍ରୀଙ୍କୁ ଗୋଟିଏ ମାସରେ ଏଭଳି ଅହେତୁକ ଅନୁକମ୍ପା ଦେଖାଇ ୨ଥରର ବଦଳି କରାଉଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଅଂଚଳବାୀ ନିଜ ଅଭିଯୋଗ ପତ୍ରରେ ଦର୍ଶାଇ ଛନ୍ତି। ତୁରନ୍ତ ସହକାରୀ ଯନ୍ତ୍ରୀଙ୍କୁ ଚାନ୍ଦବାଲି ଅଫିସରୁ ବଦଳି କରା ନଗଲେ ସେମାନେ ତାଙ୍କୁ ଏଠାରେ କୌଣସି କାର୍ଯ୍ୟ କରାଇ ଦେବେ ନାହିଁ ବୋଲି ମଧ୍ୟ ଦର୍ଶାଇଛନ୍ତି। ତୁରନ୍ତ ଜଳସମ୍ପଦ ବିଭାଗର ଯନ୍ତ୍ରୀ ମୁଖ୍ୟ ଚନ୍ଦ୍ର ଶେଖର ପାଢୀ ସହକାରୀ ଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କ ବଦଳି କରିବା ସହ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଏଭଳି କାର୍ଯ୍ୟାଦେଶ ପ୍ରତି ତଦନ୍ତ କରିବା କୁ ମଧ୍ୟ ଦାବୀ ହୋଇଛି।