Odiapua.com

ଚାନ୍ଦବାଲି ଗଜଗିରି ସାହୁସାହିରେ ସ୍ୱର୍ଗତ ଅନୁଶୟା ସାହୁଙ୍କ ସ୍ମୁତିରେ ରକ୍ତଦାନ ଶିବିର

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଏନ ଏ ସି ବାଲିଗାଁ ଗଜଗିରି ସାହୁସହିରେ ଯୁବନେତା ପ୍ରଫୁଲ୍ଲ ସାହୁ (ବିରେନ )ଙ୍କ ପତ୍ନୀ ସ୍ୱର୍ଗତ ଅନୁଶୟା ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ସାହୁ ପରିବାର ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଚାନ୍ଦବାଲି ଅଂଚଳରେ ଧର୍ମ ପରାୟଣ ବରିଷ୍ଟ ସଦସ୍ୟା ଜୀବନ ସେଠୀ, ଯଖ ନାୟକ ଓ କାଉଁସିଲର ଅମର ସେଠୀ ଯୋଗଦେଇ ଶିବିରଟିକୁ ଉଦଘାଟନ କରିଥିଲେ।ଚାନ୍ଦବାଲି ଅଂଚଳରେ ପ୍ରତ୍ୟେକ ରକ୍ତଦାତା ଜଣେ ଜଣେ ଜୀବନ ଦାତା ଭାବେ ଉକ୍ତିକୁ ଗ୍ରହଣ କରି ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଭଦ୍ରକ ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ସମସ୍ତ କର୍ମକର୍ତା ଓ ସ୍ୱର୍ଗତ ସନୁଶୟା ସାହୁଙ୍କ ସ୍ମୁତି କମିଟିର କାର୍ଯ୍ୟକର୍ତା ମାନେ ଏହି ଶିବିରକୁ ପରିଚାଳନା କରିଥିଲେ।ଏହି ଶିବିରରେ ମୋଟ ପଚାଶରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅନ୍ୟ ମାନଙ୍କ ମଧ୍ୟ୍ୟରେ ଏନ ଏ ସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ସମାଜସେବୀ ସୁଧୀର ମହାନ୍ତି, ବରିଷ୍ଠ ବିଜେଡି ନେତା ବ୍ରଜ ସୁନ୍ଦର ମହାନ୍ତି, ବିକେଜିପି ଉଚ୍ଚ ବିଧାଳୟ ପ୍ରଧାନ ଶିକ୍ଷକ ଶ୍ରୀମନ୍ତ ଖୁଣ୍ଟିଆ, ପୂର୍ବତନ ସରପଞ୍ଚ ଗଜେନ୍ଦ୍ର ରାଏ, ଆଇନଯିବି ଦୀପକ ଦାସ, ପୂର୍ବତନ ସରପଞ୍ଚ ନିର୍ମଳ ରାଉତ, ସମାଜସେବୀ ମାନସ ଦାସ,ଗଙ୍ଗାଧର ଦାସ, ପ୍ରଦୀପ ଦାସ, ଦୀପକ ମହାନ୍ତି, ବଣିକ ସଂଘ ସଭାପତି ଗୋପିରାମ ଅଗ୍ରୱାଲା, ନାରୀନେତ୍ରୀ ସସ୍ମିତା ଦାସ ପ୍ରମୁଖ ଯୋଗ ଦେଇଥିଲେ।