Odiapua.com

ଚାନ୍ଦବାଲି ଏନ ଏ ସି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବରୋଧ କଲେ ଅଧ୍ୟକ୍ଷାଙ୍କ ସମେତ କାଉନସିଲର

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏସି ର ଶାସକ ଦଳର କର୍ମୀଙ୍କୁ କାମ ବଣ୍ଟନ କରି ଖୁସି କରୁଛନ୍ତି ଚାନ୍ଦବାଲି ଏନ ଏ ସି ଅଧିକାରୀ । ଏମିତି କିଛି ଅଭିଯୋଗ କରି ଚାନ୍ଦବାଲି ଏନ ଏ ସି ଅଧିକାରୀଙ୍କୁ ଘେରିଲେ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କ ସମେତ କାଉନସିଲର । ଅଭିଯୋଗ ମୁତାବକ ଚାନ୍ଦବାଲି ଏନ ଏ ସି ର ପ୍ରତ୍ୟେକ ୱାର୍ଡ ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଛି । ମାତ୍ର କେଉଁଠି କେତେ ଟଙ୍କାର କେଉଁ କାର୍ଯ୍ୟ ହେଉଛି ସେ ବିଷୟରେ ଅବଗତ ନାହାଁନ୍ତି ଅଧ୍ୟକ୍ଷାଙ୍କ ସମେତ କାଉନସିଲର । ଏନ ଏ ସି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିଛନ୍ତି କଂଗ୍ରେସ ଓ ବିଜେଡ଼ି ଦଳର କାଉନସିଲର ମାନେ । ଯଦି ଏନ ଏ ସି ଅଧିକାରୀ ଏମିତି କାର୍ଯ୍ୟରୁ ବିରତ ନ ହୁଅନ୍ତି ଆଗାମୀ ଦିନରେ ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଚାବି ପକାଇବା ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ଓ କଂଗ୍ରେସ । ଅନ୍ୟ ପଟେ ଏ ବିଷୟରେ ଗଣମାଧ୍ୟମ ଆଗରେ କିଛି କହିବାକୁ ମନା କରିଛନ୍ତି ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ।