Odiapua.com

ଚାନ୍ଦବାଲିର ବହୁ ଚର୍ଚ୍ଚିତ ୫୯୫ ପ୍ଲଟ୍ ର ପୂର୍ଣ୍ଣଚ୍ଛେଦ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱରପୁରର ପ୍ଲଟ୍‌ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ଜଳେଶ୍ୱରପୁର ପଂଚାୟତର ୫୯୫ ପ୍ଲଟ୍ ଏବେ ଚର୍ଚ୍ଚାରେ । ଜବରଦଖଲ ଉଚ୍ଛେଦ ପାଇଁ ଦୀର୍ଘଦିନ ହେବ ବାରମ୍ବାର ମାପ ହୋଇଆସୁଥିବାବେଳେ କୌଣସି ସୁଫଳ ମିଳିପାରିନଥିଲା । ବିଜେପି ନେତା ତଥା ସମାଜସେବୀ ରମାକାନ୍ତ ଭୋଳ ଏହି ପ୍ଲଟ୍ ଉଚ୍ଛେଦ ନିମନ୍ତେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ଏହାର ବିଚାର କରି କୋର୍ଟ ଜବରଦଖଲ ଉଚ୍ଛେଦ ଲାଗି ଚଳିତ ମାସ ୨୩ ତାରିଖରେ ଚାନ୍ଦବାଲି ତହସିଲଦାର ଅଶ୍ୱିନୀ କୁମାର ଭୂୟାଁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ରାଜସ୍ୱ ବିଭାଗର କର୍ମଚାରୀମାନେ ସରଜମିନ୍ ତଦନ୍ତ କରି ମାପ ସାରିବା ପରେ ଉଚ୍ଛେଦ ପ୍ଲଟ୍ ଚିହ୍ନଟ କରିଥିଲେ । ଏହି ୫୯୫ ପ୍ଲଟ୍‌ଟି ଦୀର୍ଘଦିନ ହେବ ଚାନ୍ଦବାଲି ବ୍ଲକ୍‌ରେ ଚର୍ଚ୍ଚାରେ ରହିଆସିଥିବାବେଳେ ଏବେ ଏହାର ପୂର୍ଣ୍ଣଚ୍ଛେଦ ପଡିଛି । ଏବଂ ତହସିଲଦାର ଶ୍ରୀ ଭୂୟାଁ କୋର୍ଟଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ଦେଇ ଜଳେଶ୍ୱରପୁର ପଂଚାୟତରେ ପହଂଚି ଅବରୋଧ କରି ଘର ହୋଇଥିବା ୫୯୫ ପ୍ଲଟ୍‌ରେ ରଙ୍ଗ ମାରି ଚିହ୍ନଟ ପ୍ରକ୍ରିୟା ଶେଷ କରିଛନ୍ତି । ତେବେ ଏହି ଜବରଦଖଲ କେବେ ଉଚ୍ଛେଦ ହେବ, ତାହା ଦେଖିବାକୁ ବାକି ରହିଲା ।