Odiapua.com

ଚାନ୍ଦବାଲିରେ ସହୀଦ ଭଗତ ସିଂ, ଶୁକଦେବ ଓ ରାଜଗୁରଙ୍କ ସହୀଦ ଦିବସ

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରିଟ୍ରିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢେଇ କରି ୧୯୩୧ ମାର୍ଚ୍ଚ ୨୩ ରେ ଲାହୋର କେନ୍ଦ୍ରୀୟ ଜେଲରେ ବ୍ରିଟ୍ରିଶ ଦ୍ୱାରା ଫାଶୀ ପାଇଥିବା ଭାରତ ସଭାର ନୌଯବାନ ଓ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକ୍ ଆସୋସିଏସନ୍‌ର ନେତା ଆମ ଦେଶର ମହାନ୍ କ୍ରାନ୍ତିକାରୀ ସହୀଦ ଭଗତ ସିଂ, ସହୀଦ ଶୁକଦେବ ଓ ସହୀଦ ରାଜଗୁରୁଙ୍କ ଫାଶୀ ଦିବସ ସିପିଆଇ(ଏମ୍‌) ଜନ୍ତୁଆଳି ଶାଖା ପକ୍ଷରୁ ଛକଡି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ୧୯୧୯ ମସିହା ଅପ୍ରେଲ ୧୩ ପଞ୍ଜାବ ଜାଲିଆନାୱାଲାବାଗରେ ବ୍ରିଟ୍ରିଶର ଗୁଳିକାଣ୍ଡ ଓ ଗଣହତ୍ୟା ଘଟଣାରେ ବ୍ୟଥିତ ହୋଇ ଭଗତ ସିଂ ବ୍ରିଟ୍ରିଶ ଶାସନ ବିରୁଦ୍ଧରେ ଲଢିବାର ଶପଥ ନେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନରେ ଭଗତ ସିଂ ସାମିଲ ହୋଇଥିଲେ । ୧୯୧୭ ଅକ୍ଟୋବର ରୁଷ ବିପ୍ଳବର ରୂପକାର କମ୍ରେଡ୍ ଭିଆଇ ଲେନିନଙ୍କ ବଲସେଭିକ୍ ବିପ୍ଳବ ପ୍ରଭାବରେ ପ୍ରଭାବିତ ହୋଇ ଆମ ଦେଶରେ ସମାଜବାଦ ଆଣିବାକୁ ନୌଯବାନ ଭାରତ ସଭା ମାଧ୍ୟମରେ ଆମ ଦେଶର ଯୁବକମାନଙ୍କୁ ସହୀଦ ଭଗତ ସିଂ ଏକଜୁଟ କରିଥିଲେ । ଲାହୋର ଷଡଯନ୍ତ୍ର ମାମଲାରେ ଶେଷରେ ବ୍ରିଟ୍ରିଶ ତାଙ୍କୁ ଫୀଶୀ ଖୁଣ୍ଟରେ ଝୁଲାଇଥିଲା । ଦେଶ ପ୍ରତି ସହୀଦ ଭଗତ ସିଂ, ଶୁକଦେବ ଓ ରାଜଗୁରୁଙ୍କ ବଳିଦାନର ଅମ୍ଳାନ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇ ସିପିଆଇ(ଏମ୍‌) ପକ୍ଷରୁ ଅନୁଷ୍ଠିତ ଏହି ସ୍ମୃତିସଭାରେ ଜନ୍ତୁଆଳି ଶାଖା ସଂପାଦକ ଅଭିରାମ ବଳ ସଭାପତିତ୍ୱ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭଦ୍ରକ ଜିଲା କମିଟି ସଭ୍ୟ ବିକାଶ ନାଥ, ଚାନ୍ଦବାଲି ଆଞ୍ଚଳିକ କମିଟି ସଭ୍ୟ ଗୌରାଙ୍ଗ ଜେନା, ଜନ୍ତୁଆଳି ଶାଖା ସଭ୍ୟ ରମାକାନ୍ତ ବେହେରା, ମାର୍କଣ୍ଡ ରାଉତ, ଶଶଧର ଧଳ, ଜଗବନ୍ଧୁ ସେଠୀ, ପ୍ରିୟଙ୍କା ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଆମ ଦେଶର ଆଜାଦୀର ସୁରକ୍ଷା ପାଇଁ ଚାଷୀମୂଲିଆ ଏକଜୁଟ ହୋଇ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ ।