ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହାଁନ୍ତି ଆବଶକୀୟ ସଂଖ୍ୟକ ଡାକ୍ତର କି ପାରା ମେଡିକାଲ ଷ୍ଟାପ ,ଫଳରେ ସ୍ୱାସ୍ଥ୍ୟ ସେବା ପାଇଁ ରୋଗୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନୁହେଁ ,ସମସ୍ତ ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ମଧ୍ୟ ସମାନ । ଚାନ୍ଦବାଲି ଅଂଚଳରେ ଦିନକୁ ଦିନ ବିଗୁଡୁଥିବା ସ୍ୱାସ୍ଥ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗର୍ଜିଲା କଂଗ୍ରେସ । ଏଭଳି ପରିସ୍ଥିତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହିତ ଧାମରାର ଆଦାନୀ କମ୍ପାନୀକୁ ଦାଇ କରିଛି । ଆଦାନୀ କମ୍ପାନୀର ଚୁକ୍ତି ଅନୁସାରେ କମ୍ପାନୀର ଲାଭାଂଶର ୫ପ୍ରତିଶତ ସ୍ଥାନୀୟ ଅଂଚଳର ଉନ୍ନୟନରେ ଖର୍ଚ୍ଚ କରିବା କଥା ,ମାତ୍ର କମ୍ପାନୀ ତାହା ନ କରି ବିଜେପି ନେତାଙ୍କୁ ଖୁସି କରିବାରେ ଲାଗି ପଡିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଆଦାନୀ କମ୍ପାନୀ ତାର ଲାଭାଂଶ ଟଙ୍କାରେ ଚାନ୍ଦବାଲିରେ ଏକ ସୁପର ସ୍ପେଶାଲିଷ୍ଟ ଡାକ୍ତରଖାନା ତିଆରି କରିବାକୁ ଦାବି କରିଛି କଂଗ୍ରେସ । ନଚେତ ଆଗାମୀ ଦିନରେ ବ୍ଲକ କଂଗ୍ରେସ ଚାନ୍ଦବାଲି ଜନସାଧାରଣ ମାନଙ୍କ ପାଇଁ ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି । ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ଶୁଭାଶିଷ ମଲ୍ଲିକ,ଯୁବ ନେତା ମନୋଜ ବିଶ୍ୱାଳ, ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ମହାନ୍ତି, ବ୍ଲକ୍ କଂଗ୍ରେସ ଉପସଭାପତି ଦିଗମ୍ବର ସାହୁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବଦ୍ରି ନାଥ ନାୟକ, ଅର୍ଜୁନ ବେହେରା, ବ୍ଲକ କଂଗ୍ରେସ ସମ୍ପାଦକ ସୁରେନ୍ଦ୍ର ପାଢ଼ୀ, ଯୁବ ନେତା ସିତାଂଶୁ ନାୟକ, ଶରତ ଧଳ, ଏକ ନମ୍ବର ଜୋନ ସଭାପତି ନିମାଇଁ ଦାସ,କଂଗ୍ରେସ କର୍ମୀ ଗୋବିନ୍ଦ ମୁଦୁଲି ଓ ରମେଶ ନାୟକ ପ୍ରମୁଖ ଉପସ୍ଥିତି ଥିଲେ।