Odiapua.com

ଚାନ୍ଦବାଲିରେ ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ୍ ଟିମ୍‌ର ସଫଳ ଉଦ୍ଧାର

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଂଚାୟତର କୋଇଲେଖା ଗ୍ରାମର ଗର୍ଭବତୀ ମହିଳା ତୃପ୍ତିମୟୀ ନାୟକଙ୍କୁ ଓଡ୍ରାଫ୍ ଟିମ୍ ସଫଳତାର ସହ ଉଦ୍ଧାର କରିଛି।ବନ୍ୟା ପରିସ୍ଥିତି ମଧ୍ୟରେ ତୃପ୍ତିମୟୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆରଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ସେଠାରେ ତାଙ୍କୁ ଆବଶ୍ୟକ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶକ୍ରମେ ବନ୍ୟା ପ୍ରଭାବିତ ଅଂଚଳରେ ଉଦ୍ଧାରକାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। “କେହି ଯେପରି ବିପଦ ସମୟରେ ସହାୟତାରୁ ବଂଚିତ ନ ହୁଅନ୍ତି”—ଏହି ନିର୍ଦ୍ଦେଶକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଭାବିତ ଅଂଚଳ ଉପରେ ନଜର ରଖାଯାଇଛି। ବନ୍ୟା ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ଯୋଗାଣ ପାଇଁ ଜିଲ୍ଲା ପ୍ରଶାସନ, ଙଊଜଇୠ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ନିରନ୍ତର କାର୍ଯ୍ୟ ଜାରି ରହିଛି।