Odiapua.com

ଚାନ୍ଦବାଲିରେ କଂଗ୍ରେସ ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲିରେ ଆଜି କଂଗ୍ରେସ ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା କରାଯାଇଛି । ପ୍ରେଟୋଲ , ଡ଼ିଜେଲ , ରନ୍ଧନଗ୍ୟାସ ସମେତ ନିତ୍ୟ ବ୍ୟବହାର ଜିନିଷର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ନଗର କଂଗ୍ରେସ ସଭାପତି ବୃନ୍ଦାବନ ମହାଳିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଲେଜ ଛକ ନିକଟରୁ ଏକ ସାଇକେଲ ଶେଭାଯାତ୍ରା କରି ଚାନ୍ଦବାଲି ସହର ପରିକ୍ରମା ସହ ବିଭିନ୍ନ ନାରାବାଜି କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ଶୋଭାଯାତ୍ରାରେ ନିର୍ବାଚନ ମଣ୍ଡଳୀର ନେତା ଦିଗମ୍ବର ଦାସ ଓ ବ୍ଳକ କଂଗ୍ରେସ ସଭାପତି କିଣୁରାମ ଜେନାଙ୍କ ସହ ବରିଷ୍ଠ ନେତା ନୁରୁ ମହମ୍ମଦ ଇସମାଇଲ, ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ରଂଜନ ବାରିକ, ହରେନ୍ଦ୍ର ମାଇତି, ମହମ୍ମଦ ମଂଜର, ସୁରେନ୍ଦ୍ର ମହାନ୍ତି, ସୁବାସ ଚନ୍ଦ୍ର ନାୟକ,ପ୍ରଶାନ୍ତ ମିଶ୍ର, ନିର୍ମଳ ରାଉତ, ତ୍ରଲୋଚନ ଦାଶ, ଶିତାକାନ୍ତ ମହାଳିକ, ଶ୍ରୀଧର ସାହୁ, ପ୍ରହଲ୍ଲାଦ ସାହୁ,ମହମ୍ମଦ ୟାକୁବ, ବଦ୍ରୀ ନାୟକ, କଳ୍ପତରୁ ବେହେରା, ସୁଦର୍ଶନ ଦାସ, ସଂଗ୍ରାମ ଦାସ , ସୁରେନ୍ଦ୍ର ମହାଳିକ, ସଂଜୟ ଦାସ, ପ୍ରକାଶ ସାହୁ, ଦିପକ ଦାସ, ସତ୍ୟ ସୁନ୍ଦର ରାଉତ, ପ୍ରକାଶ ବେହେରା ପ୍ରମୁଖଙ୍କ ସହ ଶତାଧିକ କର୍ମୀ ସାଇକେଲ ଶେଭାଯାତ୍ରରେ ସାମିଲ ହୋଇଥିଲେ ।