ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକରେ କଂଗ୍ରେସ ପକ୍ଷରୁ ଏକ ଦିଗଛିଆ ବଜାର ଠାରୁ ଶହ ଶହ ବାଇକ ଶୋଭାଯାତ୍ରାରେ ଆଶି ସ୍ଥାନୀୟ ବିଜୁସ୍ମୁତି ଭବନ ପରିସରରେ ଏକ ସଂକଳ୍ପ ସମାବେଶ ସହ ନୂତନ ବ୍ଲକ ସଭାପତିଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଏହି ସମାବେଶରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ କମିଟି ର ଉପସଭାପତି ଆଶିଷ କୁମାର ମାହୁନ୍ତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଜିଲ୍ଲା ସଭାପତି ନଳିନୀକାନ୍ତ ମାହାନ୍ତି, ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି,ଯୁବନେତା ସମାଜସେବୀ ସତ୍ୟାନନ୍ଦ ରାଉତ,ମନୋଜ ବିଶ୍ୱାଳ,ପୂର୍ବତନ ବିଧାନ ସଭା ପାର୍ôଥ ଦିଗମ୍ବର ଦାସ, ଧାମନଗର କଂଗ୍ରେସ ନେତା ଅଭିଷେକ ରାଉତ ଯୁବନେତା ବଦ୍ରି ନାଥ ନାୟକ,ପୂର୍ବତନ ବ୍ଲକ କଂଗ୍ରେସ ସଭାପତି କିଣୁ ରାମ ଜେନା, ଶକ୍ତି ପ୍ରତାପ ବିଶ୍ୱାଳ,କଂଗ୍ରେସ ନେତା ରମେଶ ନାୟକ, ଧୀରେନ୍ଦ୍ର ବେହେରା, ରାଧାକାନ୍ତ ପାଢ଼ୀ, ଯଶିପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରମିଳା ମାଝୀ, ଶ୍ରୀବଚ୍ଛ ଦାସ, ସଂଗ୍ରାମ ଦାସ, ସୀତାଂଶୁ ନୟାଜ, ରାଜେଶ ସ୍ୱାଇଁ, ଶରତ ଧଳ, ଦୀପକ ଭୋଇ, ସୁରେନ୍ଦ୍ର ପାଢ଼ୀ, ବସନ୍ତ ନାୟକ, ସୁକାନ୍ତ ଦାସ, ପ୍ରତାପ ସାମଲ, ସୁଦର୍ଶନ ମାହୁନ୍ତଙ୍କ ସହ ବହୁ ଛାମୁଆ ନେତା ଓ କର୍ମୀ ମାନେ କଂଗ୍ରେସ ଦଳର ନୂତନ ସଭାପତି ଶୁଭାଶିଷ ମଲ୍ଲିକ ଙ୍କୁ ସମ୍ବର୍ଦ୍ଧନା ଦେବା ସହ କଂଗ୍ରେସ ଦଳ କେମିତି ଆଗାମୀ ଦିନରେ ମଜଭୁତ ହେବ ସେ ସମ୍ପର୍କରେ ଅଭିଭାଷଣ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ରୀ କଂଗ୍ରେସ ଉପ ସଭାପତି ଆଶିଷ ମାହୁନ୍ତ ସଭା ପରିଚାଳନା କରିଥିଲେ।