Odiapua.com

ଚାନ୍ଦବାଲିରେ ଉତ୍କଳ ଗୌରବ ମଧୁବାବୁଙ୍କ ତିରୋଧାନ ଦିବସ ପାଳିତ

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଆ ଜାତିର କର୍ଣ୍ଣଧାର, ଶତାବ୍ଦୀର ସୂର୍ଯ୍ୟ,କୁଳବୃଦ୍ଧ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି, ଓଡ଼ିଆ ଭାଷା ଆନ୍ଦୋଳନର ପ୍ର୍ୱକ୍ତା,ଉତ୍କଳ ସମ୍ମିଳନୀର ଜନକ,ଉତ୍କଳ ଗୌରବ ବାରିଷ୍ଠର ମଧୁସୂଦନ ଦାସଙ୍କ ୯୨ତମ ତିରୋଧାନ ଦିବସ ଚାନ୍ଦବାଲି ମଧୁବାବୁ ଛକ ଠାରେ ଚାନ୍ଦବାଲି ବୁଦ୍ଧିଜୀବି ଫୋରମ ପକ୍ଷରୁ ପାଳନ କରାଯାଇଥିଲା।ପ୍ରାରମ୍ଭରେ ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ତାଙ୍କ ଉଗ୍ର ସ୍ୱାଭିମାନର ସ୍ମୃତି କୀର୍ତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ, ଓକିଲ ସଙ୍ଘର ସଭାପତି ଉପେନ୍ଦ୍ର କୁମାର ରାଉଳ, ଶିକ୍ଷକନେତା ଅମୂଲ୍ୟ କୁମାର ରାଉତ, ସମାଜସେବୀ ଖଗେଶ୍ୱର ବଳ,ସୁକାନ୍ତ ନାୟକ, ଆଶିଷ ବେହେରା,ପ୍ରଫୁଲ୍ଲ ସାହୁ,ଦିଲ୍ଲୀପରାଉତ,ବିକାଶ ବେହେରା,ପ୍ରତାପ ରାଉତ, ଅଶୋକ ପଲେଇ, ସାମ୍ବାଦିକ ନିତ୍ୟପ୍ରକାଶ ବେହେରା,କିସାନ ପାତ୍ର,ଭାଗ୍ୟରଥି ସେଠି, ଦେବାଶିଷ ପାଢ଼ି ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଶେଷରେ ଆଇନିଜୀବୀ ପ୍ରଶାନ୍ତ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।