Odiapua.com

ଚାନ୍ଦପୁର ରୁ କୋଭିଡ୍ କେୟାର ସେଣ୍ଟର ହଟିଲା ହେଲେ ଏବେ ମିଳୁନି ରୋଗୀଙ୍କୁ ଚିକିତ୍ସା

ନୟାଗଡ/୭/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଠାରେ ଓଡିଶାର ପ୍ରଥମ ନାରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ରଣପୁର ରାଣୀ ୰ବସନ୍ତ ମଞ୍ଜରୀ ଦେବୀ ୧୨୯ଏକର ଯାଗାରେ ଆରମ୍ଭ କରିଥିଲେ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ । ଯାହାକି ଏସିଆ ମହାଦେଶର ପ୍ରଥମ ବୃହତ୍ତମ ଯକ୍ଷ୍ମା ହସ୍ପିଟାଲ ଭାବରେ ପରିଚିତ । ପରବର୍ତ୍ତୀ କାଳରେ ଏହା ସାଧାରଣ ବସନ୍ତ ମଞ୍ଜରୀ ହସ୍ପିଟାଲ ଭାବରେ ପରିବର୍ତ୍ତୀତ ହୋଇଥିଲା । ଗତ ମହାମାରୀ କରୋନା ସଂକ୍ରମଣ କାଳରେ କିଛି ଦିନ ପାଇଁ କୋଭିଡ୍ କେୟାର ସେଣ୍ଟର ଭାବରେ କାର୍ଯ୍ୟକରି ଆସୁଥିଲା । ଗତ ଡିସେମ୍ବର ୩୧ ତାରିଖରୁ କୋଭିଡ୍ କେୟାର ସେଣ୍ଟର ହଟାଇ ନିଆଗଲା । ପୂର୍ବରୁ ପ୍ରତିଦିନ ଏଠାକୁ ୫ଶହ ରୁ ୧ହଜାର ସାଧାରଣ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । କିନ୍ତୁ ଦୀର୍ଘ ୮ଦିନ ବିତି ଯାଇଥିଲେ ମଧ୍ୟ ସାଧାରଣ ରୋଗୀମାନେ ଏଠାରେ ଚିକିତ୍ସା ପାଇପାରୁନାହାଁନ୍ତି । ଏ ସର୍ମ୍ପକେ ରଣପୁର ବ୍ଲକ ଉପାଧକ୍ଷ ପ୍ରଶାନ୍ତ କୁମାର ନାୟକ ଙ୍କ ନେତୃତ୍ୱରେ ଚମ୍ପାପେଡି ସରପଞ୍ଚ ନିର୍ମଳ କୁମାର ମତଗଜସିଂ ,ଚାନ୍ଦପୁର ସରପଞ୍ଚ ଜିତେନ୍ଦ୍ର କୁମାର ସାହୁ ,କନ୍ଧନୟାଗଡ ସରପଞ୍ଚ ଜିତେନ୍ଦ୍ର କୁମାର ପ୍ରଧାନ , ତାପସ ରଞ୍ଜନ ମାର୍ଥା ଓ ଏକ ଟିମ୍ ନୟାଗଡ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ଦାଇତ୍ୱରେ ଥିବା ସୁପରିଟେଡେଣ୍ଟ ପ୍ରଭାତ କୁମାର ସାହୁ ଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।

ଏଠାରେ ଆସିୟୁ ଓ ଓଟି, ସ୍ତ୍ରୀ ଓ ପ୍ରସୁତି ବିଭାଗ କାର୍ଯ୍ୟକ୍ଷମ କରାଇବାରେ ବିଳମ୍ବ ସହ ସାଧାରଣ ରୋଗୀମାନଙ୍କୁ ମାଗାଣା ଔଷଧ ଦେବାରେ ଦୁର୍ନିତୀ ବନ୍ଦ ହେବା ଦାବୀ କରିଥିବା ଜଣାପଡିଛି । ଏ ସର୍ମ୍ପକେ ଦାଇତ୍ୱରେ ଥିବା ଡାକ୍ତର ପ୍ରଭାତ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ରୋଷେଇ ଘର ରେ କିଛି କ୍ଷୟକ୍ଷତି ହୋଇଛି  ସ୍ୱାସ୍ଥ୍ୟକେନ୍ଦ୍ର ସଫେଇ ଚାଲିଛି  ୭ଦିନ ରୁ ୧୦ଦିନ ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ର ପୂନର୍ବାର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରୁଛୁ । ନୟାଗଡ ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ମେମୋରାଣ୍ଡମ୍ ଏ ପର୍ଯ୍ୟନ୍ତ ପାଇନାହିଁ ସ୍ୱାସ୍ଥ୍ୟକେନ୍ଦ୍ର ଟି ସଫେଇ ପରେ ସାନିଟାଇଜେସନ୍ ହେବ ତାପରେ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହେବ ।