Odiapua.com

ଚାନ୍ଦପୁର ରାସ୍ତା କାମ ନିମ୍ନମାନର। ଉଚ୍ଚ ସ୍ତରୀୟ ତଦନ୍ତ ଦାବି

ଜଗତସିଂହପୁର-୧୮/୭ (ଓଡିଆ ପୁଅ/ନୃସିଂହ ବାରିକ୍)-କଟକ-ପାରାଦ୍ବୀପ ଜାତୀୟ ରାଜପଥର ଚାନ୍ଦପୁର ଗଡାରୁ ଜନାପାଳ ପର୍ଯ୍ୟନ୍ତ ହେଉଥିବା ପିଚୁରାସ୍ଥା କାମ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ପୁରୁଣା ପିଚୁରାସ୍ଥାକୁ ତାଡି ତାରି ଉପରେ ବୁଲଡ୍ରୋଜର ମଡାଇ ପିଚୁ ମିଶ୍ରିତ ସ୍ବଳ୍ପ ବଜୁରୀ ବିଚ୍ଛାଇ ରାସ୍ତା କାମ କରୁଛି ଠିକାଦାର। ଜନୈକ ଯୁବକ ଏହାର ପ୍ରତିବାଦ କରିବାରୁ ଠିକାଦାର ତାଙ୍କ ନାମରେ ଥାନାରେ ଦେଇଛନ୍ତି ମିଥ୍ୟା ଏତଲା। କୁଜଙ୍ଗ ଆର୍-ଡି ର ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀ ଦିନେ ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସିନଥିବା କହିଛନ୍ତି ସ୍ଥାନୀୟ ଲୋକେ। ଏହି ରାସ୍ତାର ଦୁଇଶହ ମିଟର ପରେ ରାସ୍ତାକୁ ଖୋଳି ଠିକାଦାର ଛାଡିଦେଇଛି। ସେହିବାଟ ଦେଇ ଯାଉଥିବା ବାଇକ ଆରୋହୀ ସେଠାରେ ପଡି ଆହତ ହେଉଛନ୍ତି। ପାଦଚଲା ଲୋକେ ମଧ୍ୟ ଦୁର୍ଘଟଣାର ଶୀକାର ହେଉଥିବା ଜଣାପଡିଛି। ବିଭାଗୀୟ ବଧି ବ୍ୟବସ୍ଥା ଅନୁଯାୟୀ ସଂପୃକ୍ତ ଠିକାଦାର ରାସ୍ତା ନିର୍ମାଣ କାର୍ଯ୍ୟ ନକରି ନିଜ ମର୍ଜିରେ କରୁଅଛନ୍ତି। ଯା’ଆସ ପାଇଁ ଏହି ରାସ୍ତା ଉପରେ ପାଞ୍ଚଟି ପଞ୍ଚାୟତର ଜନସାଧାରଣ ନିର୍ଭରଶୀଳ। ପଙ୍କପାଳ, ଅଗପାଳ, ମଲ୍ଲାସାହି, ପାଟପୁର ଓ ଚଟୁଆ ପଞ୍ଚାୟତର ଲୋକେ ଏହି ରାସ୍ତାରେ ଗାଡି ମୋଟରରେ ଯା’ଆସ କରିଥାନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିମ୍ନମାନର ରାସ୍ତା କାମର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ମତପ୍ରକାଶ ପାଉଛି।