ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୯- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳ ରେ ପୁରୁଣା ଜାତୀୟ ରାଜପଥ ଉପରେ ପ୍ରତିଦିନ ସକାଳୁ ପରିବା ହାଟ ଲାଗିଥାଏ । ରାସ୍ତା ଉପରେ ଉଠା ଦୋକାନୀ ଓ ପରିବା ଚାଷୀ ମାନେ ଅଧିକାର କରି ବସିରହନ୍ତି । ଯାହାଫଳ ରେ ସାଧାରଣ ଜନତା ଗାଡି ମଟର ଅନେକ ଅସୁବିଧାର ସମ୍ମୁଖିନ ହୁଅନ୍ତି । ଅନେକ ସମୟରେ ଦୁର୍ଘଟଣା ହୋଇ ଧନ ଜୀବନ ହାନି ଘଟିଥାଏ । ଯାହାକୁ ନେଇ ସାଧାରଣ ଜନତା ଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ କମିଟି ଉଦ୍ବେଗ ପ୍ରକାଶ କରିଆସୁଥିଲେ ।
ଏ ସର୍ମ୍ପକେ ନୟାଗଡ ଉପ ଜିଲ୍ଲାପାଳ ଙ୍କୁ ଅଭିଯୋଗ ହୋଇଥିଲା । ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଙ୍କ ନିଦେର୍ଶ କ୍ରମେ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତ ରାୟ ଓ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ସେପ୍ଟେମ୍ବର ୩୦ ତାରିଖ ସକାଳୁ ପୋଲିସ ଦଳ କୁ ସାଙ୍ଗ ରେ ନେଇ ଡାକବାଜି ଯନ୍ତ୍ର ଯୋଗେ ଉଠା ଦୋକାନୀ ଓ ପରିବା ଚାଷୀ ମାନଙ୍କୁ ରାସ୍ତା ଅବରୋଧ ହଟାଇବା ପାଇଁ ସୂଚନା ପ୍ରଦାନ କରିଥିବା ଜଣାପଡିଛି । ଯାହାଫଳ ରେ ବ୍ୟବସାୟୀ ସଂଘ ଓ ସାଧାରଣ ଯାତ୍ରୀ ମାନେ ପ୍ରଶାସନ ପ୍ରତି ଆସ୍ଥା ପ୍ରକଟ କରିଥିବା ଜଣାପଡିଛି ।